ନୂଆଦିଲ୍ଲୀ: ଆସନ୍ତା ମାସରେ ଇଣ୍ଡୋନେସିଆରେ ହେବାକୁଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ହକି ଦଳର ପ୍ରସ୍ତୁତ ଶିବିର ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) କ୍ୟାମ୍ପସ୍ରେ ବୁଧବାରଠାରୁ ଆରମ୍ଭ ହେବ। ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଏସୀୟ କ୍ରୀଡ଼ା ଦଳର ୧୮ ଜଣ ଏବଂ ୭ ଷ୍ଟାଣ୍ଡ୍ ବାଇ ଖେଳାଳି ଯୋଗଦେବେ। ସମସ୍ତ ଖେଳାଳି ବୁଧବାର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କୁ ନିଜ ନିଜର ଉପସ୍ଥିତି ଜଣାଇବାକୁ ହକି ଇଣ୍ଡିଆ ପକ୍ଷରୁ ନିର୍ଦେଶ ଦିଆଯାଇଛି। ତାଲିକାରେ ଓଡ଼ିଶାରୁ ୩ ଜଣ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ରହିଛନ୍ତି। ଏସୀୟ କ୍ରୀଡ଼ାରେ ଭାରତ ଗ୍ରୁପ୍ ‘ଏ’ରେ ଦକ୍ଷିଣ କୋରିଆ, ଜାପାନ୍, ଶ୍ରୀଲଙ୍କା, ହଂକଂ ଚାଇନା ଏବଂ ଇଣ୍ଡୋନେସିଆ ସହ ରହିଛି।
ଏସୀୟ କ୍ରୀଡ଼ା ଲାଗି ଜାତୀୟ ହକି ଶିବିର ଆଜିଠୁ
/sambad/media/post_attachments/wp-content/uploads/2018/08/Hockey-dreams-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)