ଆଜିଠୁ ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌

କଟକ: ଗୁରୁବାରଠୁ କଟକରେ ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ ପ୍ରତିଯୋଗିତା ଆରମ୍ଭ ହେବ। ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୯ ଦଳ ଅ˚ଶଗ୍ରହଣ କରୁଛନ୍ତି। ସମସ୍ତ ଦଳମାନଙ୍କୁ ନେଇ ୮ଟି ଗ୍ରୁପ୍‌ କରାଯାଇଛି। ଓଡ଼ିଶା ପ୍ରତିଯୋଗିତାର ଗ୍ରୁପ୍‌-ଇ’ରେ ସ୍ଥାନ ପାଇଥିଲା ବେଳେ ୮ ତାରିଖ ପ୍ରଥମ ମ୍ୟାଚ୍‌ରେ ଉତ୍ତରାଖଣ୍ତକୁ ଭେଟିବ। ଏହାପରେ ୧୨ ତାରିଖରେ ଓଡ଼ିଶାର ଦ୍ବିତୀୟ ମୁକାବିଲା ଗୋଆ ସହିତ ହେବ। ୧୪ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଚାଲିବା ପରେ ୧୫ ଓ ୧୬ ତାରିଖରେ କ୍ବାର୍ଟର ଫାଇନାଲ୍‌, ୧୮ ତାରିଖରେ ସେମି ଫାଇନାଲ୍‌ ଏବ˚ ୨୦ ତାରିଖରେ ଫାଇନାଲ୍‌ ମ୍ୟାଚ ଖେଳାଯିବ। ସମସ୍ତ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମ ଓ ଡ୍ରିମ୍ସ ପଡ଼ିଆରେ ଖେଳାଯିବ।
ଓଡ଼ିଶା ଦଳ: ମିଲି ମାଝୀ, ଜେମା ସଏ, ସୁନୀତା ସୋରେନ୍‌, ଗୀତା ଦାସ, ଆଞ୍ଜେଲା ମୁଣ୍ତାରୀ, ସୁହାସିନୀ ମହାକୁଡ, ପ୍ରତିମା ନାୟକ, ସୋନାଲି ହେମ୍ବ୍ରମ୍‌, ଶୁଭଦ୍ରା କିଶାନ, ଶ୍ରୀଦେବୀ ହା˚ସଦା, ଗାୟତ୍ରୀ ଦାସ, ଅନୀଶା କୁମ୍ଭାର, ରିଲାନ ଏକ୍କା, ବର୍ଷାରାଣୀ ମଲ୍ଲିକ, ଜ୍ୟୋତ୍ସ୍ନା ମୁଣ୍ତାରୀ, ମୋନାଲିସା ନାଏକ, ରୀତାଞ୍ଜଳି ମଲ୍ଲିକ, ଶୁଭସ୍ମିତା ରାଣୀ ରାଉତ, ପ୍ରତିଭା ପତି, ମନିଷା ବେହେରା।

ସମ୍ବନ୍ଧିତ ଖବର