ଆଜି ଓଡ଼ିଶା-ନ୍ୟୁ ସାଉଥ୍‌ ୱେଲ୍ସ

ଭୁବନେଶ୍ବର: ବିଶ୍ବକପ୍‌ ପୂର୍ବରୁ ଓଡ଼ିଶାରେ ହକି ମାହୋଲକୁ ଆହୁରି ସରଗରମ କରିବା ଲାଗି ଅଷ୍ଟ୍ରେଲିଆ‌ର ନ୍ୟୁ ସଉଥ୍‌ ୱେଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ‌ଅଫ୍‌ ସ୍ପୋର୍ଟ୍ସ ଦଳ ଭୁବ‌େନଶ୍ବରରେ ପହଞ୍ଚିଛି। ଏହି ଦଳ ସହ ଓଡ଼ିଶା ଏକା‌ଦଶ ସହ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ ‌େଖଳିବ। ଗୁରୁବାର କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବାକୁ ଥିଲା ବେଳେ ରବିବାର ରାଉରକେଲାରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଭୁବନେଶ୍ବରରେ ସଂଧ୍ୟ ୬ଟା ଏବଂ ରାଉରକେଲାରେ ଅପରାହ୍ନ ୩ଟାରେ ‌ମ୍ୟାଚ୍‌ ଆରମ୍ଭ ହେବ। ଓଡ଼ିଶା ଦଳରେ ଅନ୍ତର୍ଜାତୀୟ ଖେଳାଳି ଅମିତ ରୋହିଦାସ, ଦୀପସାନ ତିର୍କି, ନୀଲମ ସଞ୍ଜୀବ ଖେସ୍‌, ଶିଳାନନ୍ଦ ଲାକ୍ରା ଏବଂ ସୁମନ ବେକ୍‌ଙ୍କ ଭଳି ଖେଳାଳି ରହିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ବୁଧବାର କଳିଙ୍ଗ ଷ୍ଟାଡିୟମସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଦଳର ଅଧିନାୟକ ଓ ପ୍ରଶିକ୍ଷକଙ୍କ ସହ ଓଡ଼ିଶା ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଓ ଖେଳାଳି ରୋଶନ ମିଞ୍ଜ ଏବଂ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ଉପସ୍ଥିତ ଥିଲେ।

ଆମ ଖେଳାଳିଙ୍କୁ ଅନ୍ତର୍ଜାତୀୟମାନର ଅଭିଜ୍ଞତା ହାସଲ ସୁ‌େଯାଗ ଦେବା ପାଇଁ ଏହି ମ୍ୟାଚ୍‌ର ଆୟୋଜନ କରାଯାଇଛି। ଏଭଳି ମ୍ୟାଚ୍‌ ଆୟୋଜନ ଓଡ଼ିଶା ହକିର ମାନ ବଢ଼ାଇବ ବୋଲି ଶ୍ରୀ ଦେବ କହିଥିଲେ। ଆମେ ବହୁତ ଖୁସି ଯେ ଏକ ବାହାର ଦେଶର ଦଳ ସହ ଖେଳିବାକୁ ଯାଉଛୁ। ଆଉ ଏହି ମ୍ୟାଚ୍‌ରେ ଭଲ କରିବୁ ବୋଲି ଓଡ଼ିଶା ଖେଳାଳି ରୋଶନ ମିଞ୍ଜ କହିଛନ୍ତି। ହକି ଖେଳାଳିଙ୍କ ପାଇଁ ଓଡ଼ିଶା ପ୍ରସିଦ୍ଧ। ଏଥିପାଇଁ ଆମେ ଓଡ଼ିଶାର ଉଦୀୟମାନ ତାରକାଙ୍କ ସହ ଖେଳିବା ଲାଗି ଆସିଛୁ। ମ୍ୟାଚ୍‌ ପାଇଁ ପ୍ରସ୍ତୁତ ରହିବା ସହ ବହୁତ ଉତ୍ସାହିତ ଅଛୁ ବୋଲି ନ୍ୟୁ ସାଉଥ୍‌ ୱେଲ୍ସର ଅଧିନାୟକ କୁର୍ତ ଲୋଭେଟ କହିଛନ୍ତି।

ଓଡ଼ିଶା ଦଳ: ଅମିତ ରୋହିଦାସ (ଅଧିନାୟକ), ରୋଶନ ମିଞ୍ଜ, ଦୀପସାନ ତିର୍କି, ନୀଲମ ସଞ୍ଜୀବ ଖେସ୍‌, ଶିଲାନନ୍ଦ ଲାକ୍ରା, ଆଶିଷ ଟପ୍ନୋ, ଦୀପକ କେର୍କେଟା, ଗ୍ରିଗୋରି ଖେସ୍‌, କ୍ରିଷ୍ଣା ତିର୍କି, ମନୀପ କେର୍କେଟା, ପ୍ରସନ ତିର୍କି, ତିକେଇ କୁଜୁର, ସୁଧୀର ଏକ୍କ‌ା, ସୁମନ ବେକ୍‌, ଅଭିଷେକ ଲାକ୍ରା, ଦିବ୍ୟ କୁଜୁର, ଜନ୍‌ସନ୍‌ ଏକ୍କା, ପ୍ରଙ୍କଜ ରାଜାକ, କାଳୁ ଚରଣ ଚୌଧୁରୀ (ପ୍ରଶିକ୍ଷକ)। ନ୍ୟୁ ସାଉଥ୍‌ ୱେଲ୍ସ ଦଳ: କୁର୍ତ ଲୋଭେଟ୍‌ (ଅଧିନାୟକ), ଆସ୍‌ଲେ ଥୋମାସ, ଦିଲନ୍‌ ମାର୍ଟିନ୍‌, ହେଡେନ୍‌ ଦିଲନ, ଥୋମାସ ବ୍ରାଉନ୍, ସାମୁଏଲ୍‌ ଗ୍ରେ, ସାମୁଏଲ ମୁଡଫୋର୍ଡ, ଜାକେ ୱିହମ, କି ୱିଲଟ୍‌,‌ ଲେନ୍‌ କାର୍‌, ରୋରି ୱାଲ୍‌କର, ଜ୍ୟାକ୍‌ ପିକରିଙ୍ଗ୍‌, ଥୋମାସ ମିଓତୋ, ୱିଲିୟମ ଗ୍ରାଫ୍‌, ବ୍ରେଣ୍ଟ୍‌ ଲିଭରମୋର (ପ୍ରଶିକ୍ଷକ)।

ନିଶାନ କରିବେ ଅମ୍ପାୟାରିଂ
ଗୁରୁବାର କଳିଙ୍ଗ ‌ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଓଡ଼ିଶା-ନ୍ୟୁ ସାଉଥ୍ ୱେଲ୍ସ ପ୍ରଦର୍ଶନୀ ମ୍ୟାଚ୍ ସହ ରାଉରକେଲାରେ ୪ ତାରିଖ ଦିନ ଖେଳା ଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ରାଜ୍ୟର ଉଦୀୟମାନ ହକି ଅମ୍ପାୟାର ନିଶାନ ଜ୍ୟୋତି ମହାନ୍ତି ଅମ୍ପାୟାରିଂ କରିବେ। ତାଙ୍କ ସହ ଅନ୍ତର୍ଜାତୀୟ ହକି ମହାସଂଘର ଆଉ ଜଣେ ଅମ୍ପାୟାର ମଧ୍ୟ ମ୍ୟାଚ୍ ପରିଚାଳନା କରିବେ। ନିଶାନ ପୂର୍ବରୁ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାର ତଥା ଜଜ୍ ଦାୟିତ୍ବ ତୁଲାଇ ସାରିଛନ୍ତି। ସେଥିପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ତାଙ୍କୁ ଏହି ଦୁଇ ମ୍ୟାଚରେ ଅମ୍ପାୟାରି କରିବାର ସୁଯୋଗ ଦେଇଛି।

ସମ୍ବନ୍ଧିତ ଖବର