ଆଜିଠୁ ଓଡ଼ିଶା-ତ୍ରିପୁରା ରଣଜୀ ମୁକାବିଲା

କଟକ: ବୁଧବାରଠୁ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ରଣଜୀ ଟ୍ରଫିର ଚତୁର୍ଥ ପର୍ଯ୍ୟାୟ ମୁକାବିଲା ଟାଙ୍ଗୀ ଡ୍ରିମ୍ସ ପଡ଼ିଆରେ ଆରମ୍ଭ ହେବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଡ୍ରିମ୍ସରେ ଘାସୁଆ ପିଚ୍‌ ତିଆରି କରାଯାଇଥିବାରୁ ମ୍ୟାଚ୍‌ରେ ବୋଲରଙ୍କ ପ୍ରଭାବ ବିଶେଷ ଭାବରେ ରହିବ ବୋଲି କୁହାଯାଉଛି। ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସହିତ ଅଲରାଉଣ୍ତର ବିପ୍ଲବ ସାମନ୍ତରାୟଙ୍କ ଉପରେ ଦ୍ରୁତ ବୋଲି˚ ଭାର ରହିଥିଲା ବେଳେ ସୂର୍ଯ୍ୟକାନ୍ତ ଏହି ମ୍ୟାଚ୍‌ରେ ପୁଣି ବେଞ୍ଚରେ ବସିପାରନ୍ତି। ବ୍ୟାଟି˚କ୍ରମ ମଧ୍ୟ ପୂର୍ବ ମ୍ୟାଚ୍‌ ଭଳି ଅପରିବର୍ତ୍ତିତ ରହିପାରେ। ଆସାମ ବିପକ୍ଷରେ ବିଜୟ ମିଳିଥିବାରୁ ଦଳରେ କୌଣସି ପରିବର୍ତ୍ତନ କରାନଯିବାକୁ ଦଳ ଯୋଜନା କରୁଥିବା ଜଣାପଡ଼ିଛି।
ତ୍ରିପୁରା ଯଦିଓ ଲଗାତର ପରାଜୟ ଯୋଗୁଁ ଚାପରେ ରହିଛି, ତଥାପି ଡ୍ରିମ୍ସ ପିଚ୍‌ ଦେଖିବା ପରେ ବୋଲରମାନଙ୍କୁ ଏହା ନିଶ୍ଚିତ ଭାବେ ସନ୍ତୁଷ୍ଟି ଦେବ। ଦ୍ରୁତ ବୋଲର ମଣିଶଙ୍କର ମୁରାସି˚ହ, ଅଭିଜିତ ସରକାରଙ୍କ ସହିତ ବାମହାତୀ ସ୍ପିନର ହରମିତ ସି˚ହ ବର୍ତ୍ତମାନ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି। ତେଣୁ ଏମାନଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଏମାନଙ୍କ ବ୍ୟତୀତ ରାଣା ଦତ୍ତ, ନବାଗତ ସ୍ପିନର ଶୁଭମ୍‌ ଘୋଷ ମଧ୍ୟ ଆରମ୍ଭରୁ କିଛିଟି ସଫଳତା ପାଇଛନ୍ତି। ହେଲେ ଦଳର ବ୍ୟାଟି˚କ୍ରମ ଚିନ୍ତାଜନକ ରହିଛି। ଅଧିନାୟକ ବିଶାଲ ଘୋଷ ସର୍ଭିସେସ୍‌ ବିପକ୍ଷରେ ଦ୍ବିଶତକ (୨୦୧) ଅର୍ଜନ କରିଥିଲେ ବି ଅନ୍ୟମାନେ ପ୍ରଭାବି ହୋଇପାରିନାହାନ୍ତି। ତେଣୁ ଓଡ଼ିଶା ବୋଲରମାନେ ତ୍ରିପୁରା ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାରେ ସକ୍ଷମ ହେବା ଯଥେଷ୍ଟ ସମ୍ଭାବନ ରହିଛି।
ଡ୍ରିମ୍ସରେ ୧୦ମ ରଣଜୀ ମ୍ୟାଚ୍‌: ଡ୍ରିମ୍ସ ପଡ଼ିଆକୁ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ରଣଜୀ ମ୍ୟାଚ୍‌ ଆୟୋଜନ ସୁଯୋଗ ମିଳିଥିଲା। ଏଠାରେ ମୋଟ ୧୧ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ଓଡ଼ିଶା ୭ଟି ମ୍ୟାଚ୍‌ ଖେଳିଛି। ସେଥିରୁ ମାତ୍ର ଗୋଟିଏ (ଝାଡ଼ଖଣ୍ତ)ରେ ବିଜୟୀ ହୋଇଥିଲା ବେଳେ ୪ଟିରେ ପରାସ୍ତ ଓ ୨ଟି ମ୍ୟାଚ ଅମୀମା˚ସିତ ରହିଛି। ଦୁଇ ଅମୀମା˚ସିତ ମ୍ୟାଚ୍‌ରୁ ୨୦୧୨-୧୩ରେ ବର୍ଷା ଯୋଗୁଁ ମ୍ୟାଚ୍‌ ଅଧାରୁ ବନ୍ଦ ହୋଇଥିଲା ବେଳେ ଗତ ଋତୁରେ ଓଡ଼ିଶାକୁ ପାଳି ଅଗ୍ରଣୀ ମିଳିଥିଲା। ୨୦୧୧-୧୨ ଋତୁରେ ଓଡ଼ିଶା ଓ ମୁମ୍ବାଇ ମଧ୍ୟରେ ଏଠାରେ ପ୍ରଥମ ରଣଜୀ ମୁକାବିଲା ଅନୁଷ୍ଠିତ ହୋଇଥିଲା। ୨୦୧୨-୧୩ରେ ଓଡ଼ିଶା ଏଠାରେ ଦୁଇଟି ମ୍ୟାଚ୍‌ ତାମିଲନାଡୁ ଓ ବିଦର୍ଭ ସହିତ ଖେଳିଥିଲା। ୨୦୧୩-୧୪ରେ ଝାଡ଼ଖଣ୍ତ, କର୍ଣ୍ଣାଟକ, ୨୦୧୪-୧୫ରେ ଗୁଜୁରାଟ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିଥିଲା ବେଳେ ଏହି ଋତୁରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ରଣଜୀ ଦିତୀୟ କ୍ବାର୍ଟର ଫାଇନାଲ୍‌, ୨୦୧୫-୧୬ରେ ମଧ୍ୟପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ସେମି ଫାଇନାଲ, ୨୦୧୬-୧୭ରେ ଗୋଆ ଓ ସର୍ଭିସେସ୍‌, ତାମିଲନାଡୁ ଓ ମଧ୍ୟପ୍ରଦେଶ, ୨୦୧୭-୧୮ରେ ତାମିଲନାଡୁ ସହିତ ଓଡ଼ିଶା ମ୍ୟାଚ୍‌ ଖେଳିଥିଲା।
ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ର˚ଜିତ ସି˚ହ, ରାଜେଶ ଧୂପର, ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ, ଶୁଭ୍ରା˚ଶୁ ଶେଖର ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ଧୀରାଜ ସି˚ହ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ, ପପୁ ରାଏ।
ତ୍ରିପୁରା ଦଳ: ବିଶାଲ ଘୋଷ (ଅଧିନାୟକ), ରାଣା ଦତ୍ତ, ଉଦିୟାନ ବୋଷ, ସ୍ମିତ୍‌ ପଟେଲ, ବ୍ରାଭିସ୍‌ ସେଠୀ, ନିନାଦ କଦମ, ରାଜେଶ ବଣିକ, ମଣିଶଙ୍କର ମୁରାସି˚ହ, ଅଭିଜିତ ସରକାର, ଅଜୟ ସରକାର, ହରମୀତ ସି˚ହ, ନିରୁପମ ସେନ୍‌, ଶୁଭମ୍‌ ଘୋଷ, ପ୍ରତ୍ୟୁଷ ସି˚ହ, ଅଭିଜିତ

ସମ୍ବନ୍ଧିତ ଖବର