ଭୁବନେଶ୍ବର: ଆଇଏସ୍ଏଲ୍ରେ ଗୁରୁବାର ଓଡ଼ିଶା ଏଫ୍ସି ଓ ଏଟିକେ ମୋହନବାଗାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ। ଏଫ୍ସି ଗୋଆଠୁ ଗତ ମ୍ୟାଚ୍ରେ ପରାଜିତ ହେବା ପରେ ପୁଣି ଥରେ ଘରୋଇ ଦର୍ଶକଙ୍କ ଆଗରେ ବିଜୟ ଧାରାକୁ ଫେରିବା ପାଇଁ ଓଡ଼ିଶା ଏଫ୍ସି ଲକ୍ଷ୍ୟ ରଖିଛି। ତେବେ ଓଡ଼ିଶା ଏଫ୍ସି ଓ ମୋହନବାଗାନ ମଧ୍ୟରେ ପୂର୍ବରୁ ଆଇଏସ୍ଏଲ୍ରେ ୪ ଥର ମୁକାବିଲା ହୋଇଥିଲା ବେଳେ ଓଡ଼ିଶା ଏଫ୍ସି ହାତରେ ଗୋଟିଏ ବି ବିଜୟ ଲାଗିନାହିଁ। ୨ ବିଜୟ ଓ ୨ ଅମୀମାଂସିତ ମ୍ୟାଚ୍ ସହ ମୋହନବାଗାନ ଆଗରେ ରହିଛି। ଆଇଏସ୍ଏଲ୍ର ଚଳିତ ସଂସ୍କରଣରେ ମୋହନବାଗାନ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ଓ ଓଡ଼ିଶା ଏଫ୍ସି ପଞ୍ଚମ ସ୍ଥାନରେ ରହିଛି। ତେଣୁ କଳିଙ୍ଗରେ ମ୍ୟାଚ୍ ଜିତି ଓଡ଼ିଶା ଏଫ୍ସି ତାଲିକାରେ ଉପରକୁ ଉଠିବାକୁ ଉଦ୍ୟମ କରିବ ବୋଲି ଦଳର ପ୍ରଶିକ୍ଷକ ଜୋସେପ ଗମ୍ବାଉ ଓ ଜେରି ମାୱିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp