ଆଜିଠୁ କ୍ୱାର୍ଟର ଫାଇନାଲ୍‌

ଭୁବନେଶ୍ୱର: ଦିନକର ବିଶ୍ରାମ ପରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପରକପ୍‌ ଫୁଟବଲ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ରବିବାରଠାରୁ ଆରମ୍ଭ ହେବ। ଏହି ୧୬ ଦଳୀୟ ପ୍ରତିଯୋଗିତାର ପ୍ରଥମ କ୍ୱାର୍ଟର ଫାଇନାଲରେ ଆଇଜଲ ଏକାଦଶକୁ ଅଭିଜ୍ଞ ଇଷ୍ଟବେଙ୍ଗଲ ଦଳ ଭେଟିବ। ମ୍ୟାଚ୍‌ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ଆଇଜଲ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଆଇଏସଏଲ୍‌ ବିଜେତା ଚେନ୍ନାଇନକୁ ପେନାଲ୍ଟି ସୁଟଆଉଟ୍‌ରେ ୫-୨ (୨-୨)ରେ ହରାଇ କ୍ୱାର୍ଟର ଫାଇନାଲକୁ ଯାଇଥିଲା। ଚେନ୍ନାଇନ୍‌ ଭଳି ଶକ୍ତିଶାଳୀ ଦଳକୁ ହରାଇ ଏହି ଦଳ ମଧ୍ୟ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଅନ୍ୟ ପକ୍ଷରେ ଭାରତର ଅନ୍ୟତମ ପୂରାତନ ଫୁଟବଲ୍‌ କ୍ଲବ୍‌ ଇଷ୍ଟବେଙ୍ଗଲ ୨-୧ ଗୋଲ୍‌ରେ ମୁମ୍ବାଇ ସିଟି ଏଫସିକୁ ପରାସ୍ତ କରି ଶେଷ ୮ ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଯୋଗ୍ୟତା ପର୍ଯ୍ୟାୟର ୮ ଦଳ ଏବଂ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ୧୨ ଦଳକୁ ନେଇ ପ୍ରଥମ ଥର ଆୟୋଜିତ ହେଉଥିବା ସୁପରକପର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ୧୩ ତାରିଖରେ ଶେଷ ହେବ। ୧୬ ଓ ୧୭ ଦୁଇ ଦିନ ସେମିଫାଇନାଲ୍‌ ଖେଳାଯିବା ପରେ ୨୦ ତାରିଖରେ ସବୁଠାରୁ ବଡ଼ ମ୍ୟାଚ୍‌ ଅର୍ଥାତ୍‌ ଫାଇନାଲ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର