ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ରାମେଶ୍ବର କପ୍ କନିଷ୍ଠ କ୍ରିକେଟ୍ (୧୯ ବର୍ଷରୁ କମ) ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଶନିବାର ଦୁଇ କଟକ ଦଳ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ଜୁଭେନାଇଲ୍ ୧୩୧ ରନ୍ର ବଡ଼ ବ୍ୟବଧାନରେ ରାଇଜିଂ ଷ୍ଟୁଡେଣ୍ଟସକୁ ହରାଇଥିଲା। ପଙ୍କଜ ସେନାପତି (୯୮, ୧୧୪ ବଲ), ଅନୀଲ ପରିଡ଼ା (୫୨, ୪୨ ବଲ)ଙ୍କ ବଳରେ ଜୁଭେନାଇଲ୍ ୪୦ ଓଭରରେ ୮ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ପ୍ରତିପକ୍ଷର ଜ୍ଞାନ ଆଚାର୍ଯ୍ୟ ହ୍ୟାଟ୍ରିକ ସହିତ ୨୮ ରନ୍ରେ ୫ ୱିକେଟ୍ ନେଇଥିଲେ। ଜବାବରେ ରାଇଜିଂ ଷ୍ଟୁଡେଣ୍ଟ୍ସ ୩୪.୫ ଓଭରରେ ମାତ୍ର ୧୨୪ ରନ୍ କରିଥିଲା। ପ୍ରିନ୍ସ ସଙ୍କେତ ବେହେରା ୩୭ ରନ୍ କରିଥିଲେ। ଜୁଭେନାଇଲ୍ ପକ୍ଷରୁ ତେଜେଶ୍ବର ମହାପାତ୍ର (୩/୩୯), ବିନିତ ମହାନ୍ତି (୨/୧୯) ଭଲ ବୋଲିଂ କରିଥିଲେ। ଶତକରୁ ବଞ୍ଚିତ ପଙ୍କଜ ସେନାପତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳି ତଥା ବର୍ତମାନର କନିଷ୍ଠ ଦଳ ଚୟନକର୍ତା ସୁବ୍ରତ ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆଲୋକ ଦାସ, ତନ୍ମୟ ମହାପାତ୍ର ଅମ୍ପାୟାର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ। ପୂର୍ବରୁ ଗୁରୁବାର ଜୁଭେନାଇଲ୍ ୭ ୱିକେଟରେ ନିମପୁର ସ୍ପୋର୍ଟିଂ କ୍ଲବ୍କୁ ପରାସ୍ତ କରି ସେମିଫାଇନାଲ୍ ପହଞ୍ଚିଥିଲା। ଏହି ମ୍ୟାଚ୍ରେ ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ଜୁଭେନାଇଲ୍ ବିନିତ ମହାନ୍ତି (୮୭, ୬୨ ବଲ), ସାଇଦୀପ ମହାପାତ୍ର (୬୨, ୧୦୮ ବଲ)ଙ୍କ ବଳରେ ହାସଲ କରିନେଇଥିଲା। ବୋଲିଂ ବେଳେ ଜୁଭେନାଇଲ୍ ପାଇଁ ସୁଧାଂଶୁ ସେନାପତି (୩/୩୦), ବିଶାଲ ଦାସ (୩/୪୦) ଭଲ କରିଥିଲେ। ବିନିତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ରାମେଶ୍ବର-ଜୁଭେନାଇଲ୍ ଫାଇନାଲ୍ ଆଜି: ଜ୍ଞାନଙ୍କ ହ୍ୟାଟ୍ରିକ୍ ସହ ୫ ୱିକେଟ୍ ବେକାର
/sambad/media/post_attachments/wp-content/uploads/2019/03/Untitled-5-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)