କଟକ: ସୋମବାରଠୁ ୨୦୧୯-୨୦ ଋତୁର ରଣଜୀ ଟ୍ରଫି ଆରମ୍ଭ ହେଉଛି। ରାୟପୁର ସହିଦ ବୀର ନାରାୟଣ ସି˚ହ ଆନ୍ତର୍ଜାତିକ ଷ୍ଟାଡିୟମରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏଲିଟ୍ ଗ୍ରୁପ୍ ସି’ର ମ୍ୟାଚ୍ ଅନୁଷ୍ଠିତ ହେବ। ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁ ମୁହିଁ ହେବାକୁ ଯାଉଛନ୍ତି। ଏଥିପାଇଁ ଘରୋଇ ଦଳ ପକ୍ଷରୁ ଉଭୟ ବୋଲି˚ ଓ ବ୍ୟାଟି˚ ଦଳକୁ ସୁହାଇବା ଭଳି ପିଚ୍ ପ୍ରସ୍ତୁତ କରାଯାଇଛି। ଶୁଭ୍ରା˚ଶୁ ସେନାପତିଙ୍କ ନେତୃତ୍ବରେ ଓଡ଼ିଶା ଦଳ ମଧ୍ୟ ରାୟପୁରରେ ପହଞ୍ଚିବା ପରେ ଜୋରଦାର ଅଭ୍ୟାସ କରିଛି।
ପ୍ରତିଯୋଗିତାରେ ଓଡ଼ିଶା ପୂର୍ବରୁ ଛତିଶଗଡ଼ ବିପକ୍ଷରେ ଖେଳିନଥିଲେ ବି ଛତିଶଗଡ଼ ଦଳରେ ଥିବା ଖେଳାଳିଙ୍କ ନିକଟରେ ବଡ଼ ସଟ୍ ଖେଳିବାର ଦକ୍ଷତା ରହିଛି। ସେମାନଙ୍କ ଆଗରେ ଅଭିଜ୍ଞ ଓଡ଼ିଶା ଦଳ। କିନ୍ତୁ ମ୍ୟାଚ୍ରେ ସତର୍କତା ଅବଲମ୍ବନ ନକଲେ ଘରୋଇ ପଡ଼ିଆରେ ଛତିଶଗଡ଼ ଏହାର ଫାଇଦା ଉଠାଇବାରେ ହେଳା କରିବନି। ଓଡ଼ିଶା ପାଖରେ ଶୁଭ୍ରା˚ଶୁଙ୍କ ସହ ବିପ୍ଲବ ସାମନ୍ତରାୟ, ରାଜେଶ ଧୂପର, ସନ୍ଦୀପ ପଟ୍ଟନାୟକ, ଅନୁରାଗ ଷଡଙ୍ଗୀ, ଦେବାଶିଷ ସାମନ୍ତରାୟ, ଶାନ୍ତନୁ ମିଶ୍ରଙ୍କ ଭଳି ଯୁବ ଓ ଅଭିଜ୍ଞ ଖେଳାଳି ଅଛନ୍ତି। ଯେଉଁମାନେ ବଡ଼ ପାଳି ଖେଳିବାରେ ଅଭ୍ୟସ୍ତ। ଏହାବ୍ୟତୀତ ବରିଷ୍ଠ ଖେଳାଳି ବସନ୍ତ ମହାନ୍ତିଙ୍କ ନେତୃତ୍ବରେ ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଅଙ୍କିତ ଯାଦବ, ପପୁ ରାଏ, ଅଭିଷେକ ରାଉତ ବୋଲି˚ ବିଭାଗ ସମ୍ଭାଳିବେ। ଏମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ମଧ୍ୟ ପ୍ରଶିକ୍ଷକଙ୍କ ପାଇଁ ଆଉ ଏକ ଆହ୍ବାନ ହେବ। ସ˚ଧ୍ୟା ପର୍ଯ୍ୟନ୍ତ ମ୍ୟାଚ୍ ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନଥିଲା ବେଳେ ମ୍ୟାଚ ଦିନ ସକାଳେ ଖେଳାଳି ଚୟନ କରାଯିବ।
ଅନ୍ୟପକ୍ଷରେ ୨୦୧୬-୧୭ ଋତୁରେ ଛତିଶଗଡ଼ ପ୍ରଥମ ଥର ପାଇଁ ରଣଜୀ ଟ୍ରଫିରେ ପାଦ ଥାପିଥିଲା। ପ୍ରଥମ ମ୍ୟାଚରେ ଘରୋଇ ପଡ଼ିଆରେ ତ୍ରିପୁରାକୁ ୯ ଵିକେଟରେ ହରାଇ ପ୍ରତିଯୋଗିତାରେ ଦମଦାର ଆରମ୍ଭ କରିଥିଲା। ଯଦିଓ ଏହାପରେ ଆଉ ମ୍ୟାଚ୍ ଜିତିବାରେ ଦଳ ବିଫଳ ହୋଇଥିଲା, ତଥାପି ୨୦୧୭ରେ ହିମାଚଳ ପ୍ରଦେଶକୁ ପରାଜିତ କରି ରଣଜୀ ଟ୍ରଫିରେ ଦ୍ବିତୀୟ ବିଜୟ ସ୍ବାଦ ପାଇଥିଲା। କିନ୍ତୁ ଏହାପରଠୁ ଆଉ କୌଣସି ମ୍ୟାଚ୍ ଜିତିବାରେ ଛତିଶଗଡ଼ ବିଫଳ ହୋଇଛି। ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଏହି ଦଳ ଓଡ଼ିଶାଠୁ ପାଦେ ଆଗରେ ରହିଛି। ତେଣୁ ରଣଜୀ ଟ୍ରଫିରେ ଓଡ଼ିଶା ପାଇଁ ଛତିଶଗଡ଼ ପ୍ରଥମ ବଡ଼ ଆହ୍ବାନ ଭାବେ ଛିଡ଼ା ହେବ ବୋଲି କୁହାଯାଉଛି।
ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା, ରାଜେଶ ଧୂପର, ଅଙ୍କିତ ଯାଦବ, ପପୁ ରାଏ।
ଛତିଶଗଡ଼ ଦଳ: ଅର୍ପିତ ପନ୍ନୁ, ଅର୍ସଲାନ ଖାନ୍, ଶିବମ ଭମ୍ବରି, ବିପୁଲ ଶର୍ମା, ରମଣ ବିଷ୍ଣୋଇ, ଗୁରିନ୍ଦର ସି˚ହ, ଯଶକରଣ ସି˚ହ, ଅନିରୁଦ୍ଧ କଵଁର, ଉଦୟ କୌଲ, ଅଙ୍କିତ କୌଶିକ, କୁନାଲ ମହାଜନ, ଶ୍ରେଷ୍ଠ ନିର୍ମୋହି, ଜଶକରଣବୀର ସି˚ହ, ବରିନ୍ଦର ଶରଣ, ମନନ ଭୋରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sf65g4sf65h4fs56h4f5s6h465sf4h65sfhfssssssss.jpg)