ଲକ୍ଷ୍ନୌ,: ଭାରତ-ୱେଷ୍ଟଇଣ୍ଡିଜ୍ ତିନି ଟିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ମଙ୍ଗଳବାର ଲକ୍ଷ୍ନୌରେ ଖେଳାଯିବ। ଏଥିରେ ଭାରତ ପାଇଁ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିବାର ସୁଯୋଗ ରହିବ। କୋଲକାତାରେ ଖେଳା ଯାଇଥିବା ପ୍ରଥମ ମୁକାବିଲାରେ ଭାରତ କଷ୍ଟକର ବିଜୟ ହାସଲ କରିଥିଲା। ତା’ ସହ କିନ୍ତୁ ଇଣ୍ଡିଜ୍ ବିପକ୍ଷରେ ଲଗାତାର ଚାରିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ହାରିବା ଧାରାରେ ବିରାମ ଲଗାଇଥିଲା। ସେହିଭଳି ଇଣ୍ଡିଜ୍ ବିପକ୍ଷ ୯ ଟ୍ବେଣ୍ଟି-୨୦ରୁ ତୃତୀୟ ବିଜୟ ପାଇଥିଲା। କୋଲକାତା ପୂର୍ବରୁ ବାଂଲାଦେଶରେ ଆୟୋଜିତ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପରେ ଇଣ୍ଡିଜକୁ ଭାରତ ହରାଇଥିଲା। ଟେଷ୍ଟ, ଦିନିକିଆ ଶୃଙ୍ଖଳା ସହ ପ୍ରଥମ ଟ୍ବେଣ୍ଟି-୨୦ ହାରିବା ପରେ ଭାରତ ଆସନ୍ତାକାଲି ମ୍ୟାଚ୍ ଦାବିଦାର ଭାବେ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତର ଉଭୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଶିଖର ଧାୱନ ବିଫଳ ହୋଇଥିଲେ। ଲକ୍ଷ୍ନୌର ନବନିର୍ମିତ ଏକନା ଷ୍ଟାଡିୟମରେ ଏହି ଦୁଇ ଜଣ ଲୟକୁ ଫେରିବେ ବୋଲି ଆଶା କରାଯାଉଛି। ସେପଟେ ଇଣ୍ଡିଜ୍ ପାଇଁ ଅଲରାଉଣ୍ଡର ଆେନ୍ଦ୍ର ରସେଲ ଶୃଙ୍ଖଳାରୁ ବାଦ ପଡ଼ିବା ଏକ ଶକ୍ତ ଧକ୍କା ହୋଇଛି। ଏହି ମ୍ୟାଚ୍ରେ ଉଭୟ ଦଳରେ ବଡ଼ ଧରଣର ପରିବର୍ତନ ଆଶା କମ୍ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp