ଆଜିଠୁ ଜୋହାର କପ୍‌, ଉଦ୍‌ଘାଟନୀରେ ମାଲେସିଆକୁ ଭେଟିବ ଭ‌‌ାରତ

ଜୋହର ବାହରୁ (ମାଲେସିଆ): ଭାରତୀୟ କନିଷ୍ଠ ପୁରୁଷ ହକି ଦଳ ଶନିବାରଠୁ ଆରମ୍ଭ ହେଉଥିବା ସୁଲତାନ ଜୋହର କପ୍‌ର ଉଦ୍‌ଘାଟନୀ ମୁକାବିଲାରେ ଆ‌େୟାଜକ ମାଲେସିଆକୁ ଭେଟିବ। ମନ୍‌ଦୀପ ମୋରଙ୍କ ନେତୃତ୍ବ ସାଙ୍ଗକୁ ଫର୍ମରେ ଥିବା ପୂ‌େରାଭାଗ‌‌ ଖେଳାଳି ଉପଅଧିନାୟକ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କୁ ନେଇ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଗତ ସଂସ୍କରଣରେ ଭାରତ ଏହି ଦଳକୁ ୨ ଥର ହରାଇଥିଲା। ଲିଗ୍‌ ପର୍ଯ୍ୟାୟରେ ୨-୧ରେ ହରାଇଥିଲା ବେଳେ କାଂସ୍ୟ ମୁକାବିଲାରେ ୪-୦ରେ ମାତ୍‌ ଦେଇ ଭାରତ ପଦକ କରାୟତ କରିଥିଲା। ପୂର୍ବ ସଫଳତାକୁ ଦୋହରାଇ ଦୃଢ଼ ମନୋବଳ ସହ ଆଗକୁ ବଢ଼ିବା ଲକ୍ଷ୍ୟ ରଖିଛି ଭାରତ। ‌ଷଡ଼ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତରରେ ଭାରତ ରବିବାର ‌ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ। ଏହାପରେ ୯ରେ ଜାପାନ୍‌, ୧୦ରେ ଅଷ୍ଟ୍ରେଲିଆ ଏବଂ ୧୨ରେ ଗ୍ରେଟ୍‌ ‌ବ୍ରିଟେନ୍‌ ସହ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ। ଲିଗ୍‌ର ଶ୍ରେଷ୍ଠ ଦୁଇ ଦଳ ୧୩ ତାରିଖ ଫାଇନାଲ୍‌ରେ ଭେଟାଭେଟି‌ ହେବେ।

ସମ୍ବନ୍ଧିତ ଖବର