େଓ୍ଵଲିଂଟନ୍: ଆଗାମୀ ପିଢ଼ିଙ୍କ ପାଇଁ ଆଗକୁ ବଢ଼ିବାର ଏକ ସ୍ୱବର୍ଣ୍ଣ ସୁଯୋଗ ରଖୁଥିବା ଯୁବ ବିଶ୍ୱକପ୍ (୧୯ ବର୍ଷରୁ କମ୍) କ୍ରିକେଟ୍ ଶନିବାରଠୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ୍ର ୭ ସହରରେ ଏହି ପ୍ରତିଯୋଗିତା ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ସହ ୧୬ ଦଳକୁ ନେଇ ଆୟୋଜିତ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ମାଉଣ୍ଟ୍ ମୌଙ୍ଗାନୁଇର ବେ’ଓଭାଲରେ ଖେଳାଯିବ। ଅଷ୍ଟ୍ରେଲିଆ, ପାପୁଆ ନ୍ୟୁଗିନି ଏବଂ ଜିମ୍ବାେଓ୍ଵ ସହ ଗ୍ରୁପ୍-ବିରେ ସ୍ଥାନ ପାଇଥିବା ତିନି ଥର ବିଜେତା ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହାପରେ ୧୬ରେ ପପୁଆ ନ୍ୟୁଗିନିକୁ ଏବଂ ୧୮ରେ ଜିମ୍ବାେଓ୍ଵକୁ ଭେଟି ଲିଗ୍ ପର୍ଯ୍ୟାୟ ଶେଷ କରିବ। ସୂଚନାଯୋଗ୍ୟ, ଭବିଷ୍ୟତକୁ ନଜରରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହି ପ୍ରତିଯୋଗିତା ଆୟୋଜନ କରିଆସୁଛି। ପୂର୍ବରୁ ଏଥିରେ ଶ୍ରେଷ୍ଠତ୍ୱ ଦେଖାଇଥିବା ଖେଳାଳିମାନେ ବିଶ୍ୱ କ୍ରିକେଟ୍ରେ ନିଜର ଚମକ ଜାରି ରଖିଛନ୍ତି। ସଂପ୍ରତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହାର ଉଦାହରଣ।