ଆଜିର ଦିନରେ: କୋହଲିଙ୍କ ବିସ୍ଫୋରକ ବ୍ୟାଟି˚ ବଳରେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିରେ ପହଞ୍ଚିଥିଲା

ମୁମ୍ବାଇ: ୨୦୧୬ ମସିହାର ଆଜିର ଦିନରେ ଆଉ ଏକ ଘଟଣା ବିଶ୍ବ କ୍ରିକେଟ୍‌ ପାଇଁ ସ୍ମରଣୀୟ ରହିବ। ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ଖେଳାଯାଇଥିବା ପଶ୍ଚାତଧାବନ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟି˚ ଯୋଗୁଁ ଭାରତ ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ଯଦିଓ ଗ୍ରୁପ୍‌ ପର୍ଯ୍ୟାୟର ଏହା ଶେଷ ମ୍ୟାଚ୍‌ ଥିଲା, କିନ୍ତୁ କ୍ବାର୍ଟର ଫାଇନାଲ୍‌ ଭଳି ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ୬ ଵିକେଟ୍‌ରେ ବିଜୟୀ ହେବା ସହ କୋହଲି ଶ୍ରେଷ୍ଠ ଖେଳାଳି ହୋଇପାରିଥିଲେ।

ଆରୋନ୍‌ ଫିଞ୍ଚ ଓ ଉସ୍‌ମାନ ଖଵାଜାଙ୍କ ୫୪ ରନ୍‌ର ପ୍ରାରମ୍ଭିକ ଭାଗୀଦାରି ଯୋଗୁଁ ଅଷ୍ଟ୍ରେଲିଆ ଦମ୍‌ଦାର ଆରମ୍ଭ କରିଥିଲା। କିନ୍ତୁ ମଧ୍ୟଭାଗ ବେଳକୁ ରବୀନ୍ଦ୍ର ଜାଦେଜା ଓ ଯୁବରାଜ ସି˚ହଙ୍କ କଞ୍ଜୁସ ବୋଲି˚ ଯୋଗୁଁ ଦଳ ୬ ଵିକେଟ ବିନିମୟରେ ୧୬୦ ରନ୍‌ ସ˚ଗ୍ରହ କରିପାରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶିଖର ଧାଵନ (୧୩) ଓ ରୋହିତ ଶର୍ମା (୧୨) ଧୀମା ଖେଳିବା ଆରମ୍ଭ କରିଥିଲେ। ୪୯ ରନ୍‌ ମଧ୍ୟରେ ଏହି ଦୁଇଜଣଙ୍କ ସହ ସୁରେଶ ରାଇନା (୧୦) ମଧ୍ୟ ଆଉଟ୍‌ ହୋଇଯିବାରୁ ଦଳ ଚାପକୁ ଆସିଯାଇଥିଲା। ତେବେ ମଧ୍ୟକ୍ରମରେ କୋହଲି ଓ ଯୁବରାଜ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଉଭୟ ଚତୁର୍ଥ ଵିକେଟ୍‌ରେ ୪୫ ରନ୍‌ ଯୋଡ଼ିବା ପରେ ଯୁବରାଜ (୨୧) ଵିକେଟ୍‌ ହରାଇଥିଲେ। ସେତେବେଳେକୁ ଭାରତକୁ ଜିତିବା ପାଇଁ ୩୬ ବଲ୍‌ରୁ ୬୬ ରନ୍‌ର ଆବଶ୍ୟକ ଥିଲା। ଓଭର ପିଛା ୧୧ରନ୍‌ ହାରରେ ରନ୍‌ ସ˚ଗ୍ରହ କରିବା ଅସମ୍ଭବ ମନେହେଉଥିଲା ବେଳେ ପିଚ୍‌ରେ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାରେ ସ˚ଘର୍ଷ କରିବାକୁ ପଡୁଥିଲା। ଏଭଳି ସ୍ଥିତିରେ କୋହଲିଙ୍କ ସହ ଅଧିନାୟକ ମହେନ୍ଦ୍ର ସି˚ହ ଧୋନି ପିଚ୍‌ରେ ଉପସ୍ଥିତ ରହି କେବଳ ବାଉଣ୍ତରୀ ବାହାର କରିବାରେ ଲାଗିପଡ଼ିଥିଲେ। ଯାହାଫଳରେ ୧୭ ଓଭର ଶେଷ ବେଳକୁ ଦଳକୁ ୧୩ ହାରରେ ରନ୍‌ ସ˚ଗ୍ରହ କରିବା ଆବଶ୍ୟକ ହୋଇଥିଲା। ଏହି ସମୟ ବେଳକୁ କୋହଲି ତାଙ୍କର ଅର୍ଧଶତକ ପୂରଣ କରିସାରିଥିବାରୁ ଦ୍ରୁତ ରନ୍‌ ସ˚ଗ୍ରହ କରିବାକୁ ମନସ୍ଥ କରିସାରିଥିଲେ। ପ୍ରତିପକ୍ଷର ପ୍ରମୁଖ ବୋଲର ଜେମ୍‌ସ ଫକ୍‌ନରଙ୍କୁ ଲଗାତାର ଭାବେ ଦୁଇ ଚୌକା ଓ ୧ ଛକା ମାରି କୋହଲି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏହି ଓଭରରୁ ୧୯ ରନ୍‌ ଆସିବାରୁ ଶେଷ ଦୁଇ ଓଭରରେ ଦଳକୁ ୨୦ ରନ୍‌ ଆବଶ୍ୟକ ଥିଲା। ନାଥନ କୁଲଟର ନାଇଲ ପରବର୍ତ୍ତୀ ଓଭର ବୋଲି˚ କରିଥିଲା ବେଳେ କୋହଲି ତାଙ୍କୁ ୪ ଚୌକା ମାରି ଭାରତକୁ ବିଜୟର ନିକଟତର କରାଇଥିଲେ। ଶେଷ ଓଭରର ପ୍ରଥମ ବଲ୍‌ରେ ଫକ୍‌ନରଙ୍କୁ ଧୋନି ଚିରାଚରିତ ଭାବେ ଚୌକା ମାରି ଦଳକୁ ୫ ବଲ୍‌ ପୂର୍ବରୁ ଜିତାଇଥିଲେ। କୋହଲି ୫୧ ବଲ୍‌ରୁ ଅପରାଜିତ ୮୨ ରନ୍‌ ସ˚ଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର