ଭୁବନେଶ୍ବର: ଜର୍ମାନୀ ପୁରୁଷ ଦଳ ବିପକ୍ଷ ଦୁଇ ଟିକିଆ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ମ୍ୟାଚ୍ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ଏଥିରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଭାରତ ନିଜ ସ୍ଥିତି ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଭାରତ ଏବେ ୨୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରତିପକ୍ଷ ଜର୍ମାନୀ ୧୭ ପଏଣ୍ଟ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ଅଛି। ଏଣୁ ଏହି ଦୁଇ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ହେବ ବୋଲି ଆଶଶ କରାଯାଉଛି। ସ୍ଥାନୀୟ ହକି ପ୍ରେମୀ ମଧ୍ୟ ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ବରେ ଭାରତ ଉଭୟ ମ୍ୟାଚ୍କୁ ଜିତିବ ବୋଲି ଆଶା ରଖିଛନ୍ତି। ଜର୍ମାନୀକୁ ହରାଇବୁ ବୋଲି ମଧ୍ୟ ଉପଅଧିନାୟକ ହର୍ମନପ୍ରୀତ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଘରୋଇ ପରିବେଶ ପାଇଁ ଭାରତ ନିଶ୍ଚିତ ଫାଇଦାରେ ରହିବ ବୋଲି କହିଛନ୍ତି ସେ। ବିଶ୍ବମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜର୍ମାନୀ ଦଳରେ ୧୨ ଜଣ ନବାଗତ ଥିବାରୁ ଏହି ଦଳ ପାଇଁ ଗୁରୁବାର ଓ ଶୁକ୍ରବାର ମ୍ୟାଚ୍ ସ୍ବତନ୍ତ୍ର ମହତ୍ବ ବହନ କରିବ। ଏହି ସମସ୍ତ ଖେଳାଳି କଳିଙ୍ଗ ଷ୍ଟାଡିୟମ୍ରେ ନିଜ ନିଜର ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ବୋଲି ଅଧିନାୟକ ମାର୍ଟିନ ଜ୍ବିକର ବି ସ୍ପଷ୍ଟ କରି ଦେଇଛନ୍ତି। ଉଭୟ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ଫାଷ୍ଟ ଏବଂ ଡିସନି+ ହଟଷ୍ଟାର୍ରେ ପ୍ରସାରିତ ହେବ।
ଜର୍ମାନୀ ବିପକ୍ଷ ମ୍ୟାଚ୍ ଆଜିଠୁ, ଶୀର୍ଷରେ ଆହୁରି ସୁଦୃଢ଼ ହେବା ଭାରତର ଲକ୍ଷ୍ୟ
/sambad/media/post_attachments/wp-content/uploads/2022/02/fih.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)