ଟୋକିଓ ୨୦୨୦କୁ ୫୦୦ ଦିନ

ଟୋକିଓ,: ୨୦୨୦ ମସିହାର ଟୋକିଓ ଅଲିମ୍ପିକ୍ସ ଆଜକୁ ଠିକ୍‌ ୫୦୦ ଦିନ ପରେ ଆରମ୍ଭ ହେବ। ଏହାର ଅବଗଣନା ଅବସରରେ ମଙ୍ଗଳବାର ଟୋକିଓ ସହରରେ ଚିତ୍ରିତ ଖେଳଚିହ୍ନଗୁଡିକୁ ଉନ୍ମୋଚିତ କରାଯାଇଛି। ଏହି ପିକ୍ଟୋଗ୍ରାମ୍‌ରେ ନୂଆ ୫ ସାମିଲ ‌ଖେଳ ସହିତ ଟିକେଟ, ଟିଭି ଗ୍ରାଫିକ୍ସ, ପଡିଆ ଆଦିର ସୂଚନା ମଧ୍ୟ ସ୍ଥାନ ପାଇଛି। ଶେଷ ଥର ପାଇଁ ୧୯୬୪ରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା। ସେହିଠାରୁ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ପି‌କ୍ଟୋଗ୍ରାମ୍‌ ସାମିଲ କରାଯାଇଥିଲା। ସୂଚନାଯୋଗ୍ୟ, ଏଥର ବେସ୍‌ବଲ-ସଫ୍ଟବଲ, କରାଟେ, ସ୍କେଟବୋର୍ଡିଂ, ସର୍ଫିଂ ଏବଂ ସ୍ପିଡ୍ କ୍ଲାଇମ୍ବିଂ ଆଦି ନୂଆ ଖେଳ ସାମିଲ କରାଯାଇଛି। ନଭେମ୍ବର ସୁଦ୍ଧା ନୂଆ ଅଲିମ୍ପିକ୍ସ ଷ୍ଟାଡିୟମ୍‌ କାମ ‌ଶେଷ ହୋଇଯିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର