ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ୍ ୨୦୨୦ର ପ୍ରଥମ ଦିବସରେ ମହିଳା ୪୯ କିଲୋ ଭାରତ୍ତୋଳନ ପ୍ରତିଯୋଗିତାରେ ଶନିବାର ଦିନ ରୌପ୍ୟ ପଦକ ହାସଲ କରି ମୀରାବାଈ ଚାନୁ ପ୍ରଥମ ଭାରତୀୟ ଭାବେ ସ୍ମରଣୀୟ ଗୌରବ ଅର୍ଜନ କରିଛନ୍ତି। ଏହା ମଧ୍ୟ ହେଉଛି ଟୋକିଓ କ୍ରୀଡ଼ାରେ ଭାରତର ପ୍ରଥମ ପଦକ। ଭାରତ ପାଇଁ ଅଲିମ୍ପିକ୍ସ୍ ପଦକ ହାସଲ କରିବାରେ କର୍ଣ୍ଣାମ୍ ମାଲ୍ଲେଶ୍ବରୀଙ୍କ ପରେ ଚାନୁ ହେଉଛନ୍ତି ଦ୍ବିତୀୟ। ପ୍ରାରମ୍ଭରୁ ଭାରତକୁ ଗୌରବାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ମୀରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Image Courtesy of India Todayସଫଳତାର ସହ ୮୪ କିଲୋ ଏବଂ ୮୭ କିଲୋ ଉତ୍ତୋଳନ କରିବା ପରେ ଚାନୁ ୮୯ କିଲୋ ଉତ୍ତୋଳନ କରିବାରେ ଅସମର୍ଥା ହୋଇ ଦ୍ବିତୀୟ ସ୍ଥାନରେ ରହିଗଲେ। ଏହି ପ୍ରତିଯୋଗିତାରେ ୯୪ କିଲୋ ଭାରତ୍ତୋଳନ କରି ଚୀନ୍ର ହୋଉ ଝିହୁ ‘ଅଲିମ୍ପିକ୍ ରେକର୍ଡ’ ସୃଷ୍ଟି କରିଛନ୍ତି। ୮୭ କିଲୋ ଭାରତ୍ତୋଳନ କରି ମୀରା ବ୍ୟକ୍ତିଗତ ଭାବେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି। ୮୭ କିଲୋ ଭାରତ୍ତୋଳନ କରି ୨୦୧୭ ୱାର୍ଲଡ୍ ଚାମ୍ପିଅନ୍ସିପ୍ସରେ ମୀରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାଛଡ଼ା, ୨୦୨୧ ଏସିଆନ୍ ୱେଟ୍ଲିଫ୍ଟିଙ୍ଗ୍ ଚାମ୍ପିଅନ୍ସିପ୍ସ୍ରେ ମୀରା ୧୧୯ କିଲୋ କ୍ଲିନ୍ ଆଣ୍ଡ୍ ଜର୍କ ପ୍ରତିଯୋଗିତାରେ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ।
୫ ବର୍ଷ ତଳେ ମୀରାବାଈ ପ୍ରଥମ କରି ରିଓ ଅଲିମ୍ପିକ୍ ଗେମ୍ରେ ଅଂଶ ଗ୍ରହଣ କରି ଭଲ ପ୍ରଦର୍ଶନ କରି ପାରି ନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Mirabai-Got-Silver-Medal-in-Olympics-2020_Thumbnail.jpg)