ବଶିଷ୍ଟଙ୍କ କ୍ୟାଲେଣ୍ଡର୍‌ରେ ଟୋକିଓ ବିଜେତା

ଭୁବନେଶ୍ବର: କ୍ରୀଡ଼ା ଐତିହାସିକ, ‌ଲେଖକ, ସଂଗ୍ରାହକ ତଥା ଇତିହାସ ଅଧ୍ୟାପକ ପ୍ରଫେସର ଏମ୍‌ସି ବଶିଷ୍ଟଙ୍କ ଦ୍ବାରା ପ୍ରସ୍ତୁତ ୨୦୨୨ କ୍ୟାଲେଣ୍ଡର୍‌ରେ କେବଳ ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପଦକ ବିଜେତା ଭାରତୀୟଙ୍କୁ ସ୍ଥାନିତ କରାଯାଇଛି। ‘ଜାତୀୟ ସଂହତି ପାଇଁ କ୍ରୀଡ଼ା’ ବାର୍ତା ନେଇ ପ୍ରସ୍ତୁତ ଏହି କ୍ୟାଲେଣ୍ଡର୍‌ର ପ୍ରଚ୍ଛଦର ଶୀର୍ଷକ ରହିଛି ‘ଭାରତ କି ଶାନ୍‌’। ଟୋକିଓ ୨୦୨୦ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବାଧିକ ୭ ପଦକ ଜିତିଥିଲା। ଏଥିରେ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସାମିଲ ଥିଲା। ନୀରଜ ଚୋପ୍ରା ୧୨୧ ବର୍ଷରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ସ ଦୌଡ଼କୁଦ ପଦକ ଜିତିଥିଲେ। ଭାରତକୁ ଦ୍ବିତୀୟ ମାତ୍ର ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ମିଳିଥିଲା। ସେହ‌ିଭଳି ଦୀର୍ଘ ୪ ଦଶନ୍ଧି ପରେ ହକିରୁ ମିଳିଥିଲା ଭାରତକୁ ପଦକ (କାଂସ୍ୟ)। ଏହି କ୍ୟାଲେଣ୍ଡରରେ ଭାରତ ପାଇଁ ପଦକ ଜିତିଥିବା ସମସ୍ତଙ୍କ ଫ‌ଟୋ ମଧ୍ୟ ସ୍ଥାନିତ ହୋଇଛି। ସୂଚନାଯୋଗ୍ୟ, ପ୍ରଫେସର ବଶିଷ୍ଟ କେରଳ କାଲିକଟସ୍ଥିତ ମାଲାବର୍‌ ଖ୍ରୀଷ୍ଟିଆନ୍‌ କଲେଜର ଇତିହାସ ପ୍ରଫେସର ଅଛନ୍ତି। କିନ୍ତୁ ପ୍ରତିଟି ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରଶଂସକଙ୍କ ତଥ୍ୟ ଉପସ୍ଥାପନ କରି ନିଆରା ପରମ୍ପରା ସୃଷ୍ଟି କରିଆସୁଛନ୍ତି।

ସମ୍ବନ୍ଧିତ ଖବର