କରୋନା ପାଇଁ ବର୍ଷକ ଯାଏଁ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ

ନୂଆଦିଲ୍ଲୀ: କରୋନା ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଆଜି ଅନ୍ତର୍ଜାିୀୟ ଅଲମ୍ପିକ୍ସ କମିଟି ଏହି ନିଷ୍ପତ୍ତି ଘୋଷଣା କରିଛି।  କୋଭିଡ -୧୯ ପାଇଁ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି ନ ପଠାଇବାକୁ ନିଷ୍ପତ୍ତି ନେବା ପରେ ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ଚାପ ପଡିଥିଲା। ଅଲିମ୍ପିକ୍ ଗେମ୍ସ ୨୪ ଜୁଲାଇରୁ ୯ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା | ଏହା ବର୍ତ୍ତମାନ ୨୦୨୧ରେ ଖେଳାଯିବ | ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ୍ -୧୯ ଯୋଗୁଁ ସାରା ବିଶ୍ୱରେ ୧୭୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି |

mathematica.stackexchange.com

ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ଯେ ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ସେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ନିବେଦନ କରିଥିଲେ ।

ଯାହା ଆଇଓସି(ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି) ରାଜି ହୋଇଥିଲା ଏବଂ ଖେଳର ମହାକୁମ୍ଭକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି | ଆଇଓସି ସଭାପତି ଥୋମାସ୍ ବକଙ୍କ ସହ କଥା ହେବା ପରେ ସିଞ୍ଜୋ ଆବେ କହିଛନ୍ତି ଯେ ମୁଁ ଟୋକିଓ ଅଲିମ୍ପିକ୍ ଗେମ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲି ଏବଂ ଚେୟାରମ୍ୟାନ୍ ବକ୍ ଏଥିରେ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର