ଟୋକିଓ ଅଲିମ୍ପିକ୍ସ ମାସ୍କଟ୍ସ ଉନ୍ମୋଚିତ

ଟୋକିଓ: ଜାପାନ୍‌ର ଟୋକିଓରେ ହେବାକୁଥିବା ୨୦୨୦ ଅଲିମ୍ପିକ୍ସ ଲାଗି ରବିବାର ମାସ୍କଟ୍ସ ଉନ୍ମୋଚିତ ହୋଇଛି। ଅଲିମ୍ପିକ୍‌ କ୍ରୀଡ଼ା ମାସ୍କଟ୍‌ର ନାମ ମିରାଇତୋଓ୍ଵା ଏବଂ ପାରାଲିମ୍ପିକ୍ସ ମାସ୍କଟ୍‌ର ନାମ ସୋମଇତି ରହିଛି। ଜାପାନ୍‌ର ରାଷ୍ଟ୍ରପତି ୟୋସିରୋ ମୋରି ଏହି ମାସ୍କଟ୍ସକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ମାସ୍କଟ୍‌ ଦ୍ୱୟ ନିର୍ମାଣ ପାଇଁ ଜାପାନ୍‌ର ଛୋଟପିଲାଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାର ବିଜେତା ରିଓ ତାନିଗୁଚି ଏହାକୁ ପ୍ରସ୍ତୁତି କରିବାକୁ ଅନୁମତି ପାଇଥିଲେ।

ସମ୍ବନ୍ଧିତ ଖବର