ପୁଣି ଘୁଞ୍ଚିପାରେ ଟୋକିଓ ଅଲିମ୍ପିକ୍ସ : କରୋନା ନିୟନ୍ତ୍ରଣ ନହେଲେ ଆୟୋଜନ ଅସମ୍ଭବ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ : ଆସନ୍ତାବର୍ଷ ସୁଦ୍ଧା କରୋନା ମହାମାରୀ ନିୟନ୍ତ୍ରଣକୁ ଆସିନପାରିଲେ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ ବାତିଲ ହେବ। ଏପରିକି କୋଭିଡ୍‌-୧୯ ଟିକା ବଜାରକୁ ନଆସିବା ପର୍ଯ୍ୟନ୍ତ ମଧ୍ୟ ଅଲିମ୍ପିକ୍ସ ଆୟୋଜନ ସମ୍ଭବ ହେବନି ବୋଲି ଯଥାକ୍ରମେ ଟୋକିଓ କ୍ରୀଡ଼ା ଆୟୋଜନ କମିଟି ସଭାପତି ୟା‌ସିରୋ ମୋରି ଏବଂ ଜାପାନ ମେଡିକାଲ ସଂଘ (‌ଜେଏମ୍‌ଏ) ମୁଖ୍ୟ ୟୋସିଟେକେ ୟୋକୋକୁରା ମଙ୍ଗଳବାର ବିବୃତି ଦେଇଥିଲେ। ଏହାକୁ ସମର୍ଥନ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। କରୋନା ମହାମାରୀ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜନ ଅସମ୍ଭବ ବୋଲି ଆବେ ବୁଧବାର କହିଛନ୍ତି। ତେଣୁ ମୋରି ଓ ୟୋକୋକୁରାଙ୍କ ପରେ ଆବେଙ୍କ ବିବୃତି ଆସନ୍ତାବର୍ଷକୁ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ବାତିଲ ହେବା ଆଶଙ୍କାଙ୍କୁ ଦୃଢୀଭୁତ କରିଛି।

ଆବେଙ୍କ କହିବା କଥା ହେଲା, ସାରା ବିଶ୍ବରେ ଏବେ ସଂକ୍ରମଣର ହାର ଅହେତୁକ ଭାବେ ବଢ଼ିଚାଲିଛି। ଏଥିରେ ରୋକ୍‌ ଲାଗିବା ସମ୍ଭବ ହେଉନାହିଁ। ପୁଣି କୋଭିଡ୍‌-୧୯ ମହାମାରୀ ପାଇଁ ଟିକା ବାହାରିବା ପାଇଁ ବହୁ ସମୟ ଲାଗିଯିବ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଉଛନ୍ତି। ଫଳରେ ଅଲିମ୍ପିକ୍‌ ଆୟୋଜନ ଉପରେ ଅନିଶ୍ଚିତତା ବଢ଼ଚାଲିଛି। ଏବେ ସବୁଆଡେ ଗୋଟିଏ ପ୍ରଶ୍ନ, କେତେ ବିଳମ୍ବିତ ହୋଇପାରିବ ଅଲିମ୍ପିକ୍‌। ଆମେ କିନ୍ତୁ ଅଲିମ୍ପିକ୍‌ ଓ ପାରା ଅଲିମ୍ପିକ୍‌କୁ ପୂର୍ଣ୍ଣ ଆକାରରେ ଆୟୋଜନ କରିବୁ ଏବଂ ଯେଉଁଥିରେ ଆଥ୍‌ଲେଟ୍‌ ଓ ଦର୍ଶକମାନେ ନିରାପଦରେ ଅଂଶଗ୍ରହଣ କରିପାରିପାରିବେ ବୋଲି କହି ଅସୁଛୁ। ହେଲେ ଏହା ଆସନ୍ତାବର୍ଷ ବେଳକୁ ମଧ୍ୟ ସମ୍ଭବ ହେଲା ଭଳି ଲାଗୁନି। କାରଣ କରୋନା ମହାମାରୀ ପ୍ରକୋପ ଥମିବାର ସମ୍ଭାବନା କାହିଁକି ଦେଖାଯାଉନି। ବିଶେଷକରି ଟୋକିଓରେ ମଙ୍ଗଳବାର କେବଳ ୧୧୨ ମାମଲା ଚିହ୍ନଟ ହୋଇଛି। ବୁଧବାରର ସଂଖ୍ୟା ମିଳିନଥିଲେ ମଧ୍ୟ ସଂକ୍ରମଣ ବ୍ୟାପୀବାରେ ଲାଗିଛି। ପୂରା ଜାପାନରେ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ପାଖାପାଖି ପହଞ୍ଚିଥିଲା ବେଳେ ୪୧୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ତୁଳନାତ୍ମକ ଭାବେ ଅନ୍ୟ ରାଷ୍ଟ୍ରଠୁ ଏହି ସଂଖ୍ୟା କମ୍‌ ଥିଲେ ମଧ୍ୟ ସମାଲୋଚକଙ୍କ କହିବା ଅନୁଯାୟୀ ଜାପାନ ଯଥେଷ୍ଟ ପରିମାଣରେ ପରୀକ୍ଷା କରୁନଥିବାରୁ ସଂଖ୍ୟା କମ୍‌ ରହିଛି। ଏହାର ହସ୍ପିଟାଲରେ ସୁବିଧା‌ ସେତେଟା ଉପବଲ୍‌ଧ ନାହିଁ। ତଥାପି ଏବର ସ୍ଥିତିକୁ ନେଇ ଆମେ କରୋନା ବିପକ୍ଷ ଲଢ଼େଇ ଜାରି ରଖିଛୁ ଏବଂ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି), ଟୋକିଓ କ୍ରୀଡ଼ା ଆୟୋଜନ କମିଟି ଓ ଟୋକିଓ ସରକାରଙ୍କ ସହିତ ମଧ୍ୟ ଯୋଗାଯୋଗରେ ରହିଛୁ ବୋଲି କହିଛନ୍ତି ସିଞ୍ଜୋ ଆବେ। ହେଲେ ମହାମାରୀର ପ୍ରାଦୁର୍ଭାବ ନକମିବା ପର୍ଯ୍ୟନ୍ତ ପୂରାଦମ୍‌ରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଅସମ୍ଭବ ହେବାର ଆଶଙ୍କା ବଢ଼ିବଢ଼ି ଚାଲିଛି ବୋଲି ସିଞ୍ଜୋ ଆବେ କହିଛନ୍ତି।

The Bridge

ଶ୍ରେଷ୍ଠ ୧୦ ଭିତରେ ରହିବା ଲକ୍ଷ୍ୟ ମହତ୍ବାକାଂକ୍ଷୀ; ହେଲେ ଅସମ୍ଭବ ନୁହେଁ: ରିଜିଜୁ
ନୂଆଦିଲ୍ଲୀ : ‘‘ଆମେରିକାର ଲସ୍ ଏଞ୍ଜେଲ୍ସଠାରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସର ଶ୍ରେଷ୍ଠ ୧୦ ସ୍ଥାନ ମଧ୍ୟରେ ରହିବାର ଲକ୍ଷ୍ୟ ମହତ୍ବାକାଂକ୍ଷୀ ହୋଇପାରେ କିନ୍ତୁ ଏହା ଅସମ୍ଭବ ନୁହେଁ।’’ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ବୁଧବାର ଏହା କହିଛନ୍ତି। ଏଥିନେଇ କେନ୍ଦ୍ର ସରକାର କାମ ଆରମ୍ଭ କରି ସାରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

‘‘୨୦୨୮ ଅଲିମ୍ପିକ୍ସ ପଦକ ତାଲିକାର ଶୀର୍ଷ ୧୦ ଭିତରେ ରହିବା ଲକ୍ଷ୍ୟ ଆମେ ସ୍ଥିର କରି ସାରିଛୁ। କରୋନା ମହାମାରୀ ବିପକ୍ଷ ଲଢ଼େଇ ଦୂର ହେବା ପରେ ଆମେ ଏଥିଲାଗି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ପ୍ରତ୍ୟେକ ଖେଳ ଲାଗି ଅତୀତ ଓ ବର୍ତ୍ତମାନର ଶ୍ରେଷ୍ଠ ପ୍ରଶିକ୍ଷକଙ୍କୁ ନେଇ ଉଚ୍ଚକ୍ଷମତା ସଂପନ୍ନ ଦଳ ଗଠନ କରାଯିବ। ଏହି ଦଳ ଦେଶର ପ୍ରତ୍ୟେକ ଜିଲ୍ଲାକୁ ଯାଇ ପ୍ରତିଭା ଚିହ୍ନଟ କରିବ। ୨୦୨୮ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତି କରିବା ଲାଗି ଆମ ହାତରେ ୮ ବର୍ଷ ଅଛି। ବଳିଷ୍ଠ ନୀତି ଓ ସଠିକ୍ ପ୍ରଣାଳୀ ବଳରେ ଭାରତ ପଦକ ତାଲିକାର ଶୀର୍ଷ ୧୦ ମଧ୍ୟରେ ରହି ପାରିବ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।’’ ବୋଲି ରିଜିଜୁ କହିଛନ୍ତି।

timesofindia.indiatimes.com

ଆଇଓସିର ହଜାର ହଜାର କୋଟି ଟଙ୍କା କ୍ଷତି ହେବ: ବାକ୍
୨୦୨୦ରୁ ୨୦୨୧କୁ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ପୁନର୍ବାର ସ୍ଥଗିତ ହେଲେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ହଜାର ହଜାର କୋଟି ଟଙ୍କାର କ୍ଷତି ସହିବ। ଏଭଳି ଆଶଙ୍କା ଜାହିର କରିଛନ୍ତି ଆଇଓସି ସଭାପତି ଥୋମାସ ବାକ୍। ଏଥିନେଇ ସେ କହିଛନ୍ତି ଯେ ଅଲିମ୍ପିକ୍ସ ଥରେ ସ୍ଥଗିତ ହୋଇ ସାରିଥିବାରୁ ଆମେ ଅନେକ କ୍ଷତି ସହିବାକୁ ଯାଉଛୁ। ପୁଣି ଥରେ ଯଦି ଏହା ସ୍ଥଗିତ ରୁହେ, ତାହାଲେ ଆଇଓସିର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ। ତଥାପି ଏକ ଦାୟିତ୍ବ ସଂପନ୍ନ ସଂସ୍ଥା ଭାବେ ଆମେ ଏସବୁକୁ ନିଜ କାନ୍ଧରେ ଉଠାଇବୁ। ସଂପ୍ରତି ଏଥିନେଇ କେହି ସ୍ପଷ୍ଟ ଭାବେ କିଛି କହି ପାରିବେ ନାହିଁ। ଏକଥା କିନ୍ତୁ ସତ ଯେ କରୋନା ନିୟନ୍ତ୍ରଣ ପରେ ଆମକୁ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଆଗାମୀ ସମୟରେ ଆମେ ଉଚ୍ଚ କ୍ଷମତା ସଂପନ୍ନ ସମିତି ଗଠନ କରି ବିଭିନ୍ନ ହିତାଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରିବୁ। ସୂଚନାଯୋଗ୍ୟ ଯେ ସଂପ୍ରତି ଆଇଓସି ପାଖରେ ପାଖାପାଖି ୭,୦୦୦ କୋଟି ଟଙ୍କାର ଜମାପୁଞ୍ଚି ରହିଛି। ହେଲେ ଅଲିମ୍ପିକ୍ସ ଯଦି ୨୦୨୧ ଆଗକୁ ଯାଏ, ତାହାଲେ ସଂସ୍ଥା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର