ଟୋକିଓ ଅଲିମ୍ପିକରେ ସାମିଲ ହୋଇଥିବା ପ୍ରବୀଣ ଯାଦବଙ୍କ ପରିବାରକୁ ଧମକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତୀୟ ଦଳର ସଦସ୍ୟ ରହିଥିବା ପ୍ରବୀଣ ଯାଦବଙ୍କ ପରିବାରକୁ ଧମକ ମିଳୁଥିବା ଖବର ସାମ୍ନାକୁ ଆସିଛି। ଯାଦବଙ୍କ ମା-ବାପା ଘର ନିର୍ମାଣ କରିବାକୁ ଚାହୁଁଥିବା ବେଳେ ପଡ଼ିଶା ଘର ଏହି ନିର୍ମାଣରେ ବାଧା ସୃଷ୍ଟି କରୁଛନ୍ତି। ଯଦି ଏହି ନିର୍ମାଣ ପାଇଁ ଅନୁମତି ନମିଳେ ତେବେ ଯାଦବଙ୍କ ମା’ ବାପା ଗାଁ ଛାଡ଼ି ଚାଲିଯିବେ ବୋଲି କହିଛନ୍ତି।

ପ୍ରବୀଣ ଯାଦବଙ୍କ ମା’ ବାପା ମହାରାଷ୍ଟ୍ରର ସତାରା ଜିଲ୍ଲା ମରାଡେ ଗ୍ରାମରେ ବସବାସ କରନ୍ତି।  ଦୁଇଟି କଠୋରିକୁ ନେଇ ପ୍ରବୀଣ ଯାଦବଙ୍କ ଏକ ଛୋଟ ଘର ରହିଛି। ଯାହାକୁ ସେ ବଡ଼ କରିବାକୁ ଚାହୁଁଥିଲେ। କିନ୍ତୁ ପଡ଼ିଶାଘର ଏହି ନିର୍ମାଣକୁ ନେଇ ବାଧା ସୃଷ୍ଟି କରୁଛନ୍ତି ଓ ଧମକ ଦେଉଛନ୍ତି। ଏହି ବିବାଦର ସମାଧାନ ନହେଲେ ସେମାନେ ଗ୍ରାମ ଛାଡ଼ି ଦେବେ।

ନିକଟରେ ଟୋକିଓରୁ ଭାରତ ଫେରିଥିବା ପ୍ରବୀଣ ଯାଦବଙ୍କ କହିବା ଅନୁସାରେ, ମୋର ବାପା-ମା ସେତି ମହାମଣ୍ଡଳରେ ଶ୍ରମିକ ଭାବେ କାମ କରୁଥିଲେ। ମହାମଣ୍ଡଳ ଆମକୁ ଏହି ଜମି ଦେଇଥିଲା। ଆମର ଆର୍ଥିକସ୍ଥିତିରେ ସୁଧାର ଆସିବା ପରେ ଆମେ ଘର ତିଆରି କରିବା ଆରମ୍ଭ କରିଥିଲୁ। ମହାମଣ୍ଡଳ ଏହି ଜମି ପାଇଁ ପଟା ଦେଇ ନଥିବା ବେଳେ ମୌଖିକ ଭାବେ କଥା ହୋଇଥିଲା। ପଡ଼ିଶାଘର ଲୋକଙ୍କ ଆପତ୍ତି ହେତୁ ଘର ତିଆରି କରିବା ପାଇଁ ୧.୪୦ଲକ୍ଷ ଟଙ୍କାରେ କିଣିଥିବା ସାମଗ୍ରୀକୁ ୪୦ହଜାର ଟଙ୍କାରେ ବିକ୍ରି କରିବାକୁ ପଡ଼ିଛି।

 

ସମ୍ବନ୍ଧିତ ଖବର