ରୁଷ୍‌ର କେସିନିଆ ପେରୋଭାଙ୍କୁ ପରାସ୍ତ କରି ଟୋକିଓ ଅଲିମ୍ପିକ୍‌ସ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ

ଟୋକିଓ: ରୁଷୀୟ ଅଲିମ୍ପିକ୍ କମିଟିର ପୂର୍ବତନ ବିଶ୍ବ ଚାମ୍ପିଅନ୍‌ କେସିନିଆ ପେରୋଭାଙ୍କୁ ପରାସ୍ତ କରି ଶୁକ୍ରବାର ଦିନ ବିଶ୍ବର ୧ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍ସ୍‌ର ‘ଉଇମିନ୍‌ସ୍‌ ଇଣ୍ଡିଭିଜୁଆଲ୍‌’ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

‘ଫାଇଭ୍-ସେଟର୍‌ ରେଗୁଲେସନ୍‌’ରେ ୫-୫ରେ ଅଟକି ରହିବା ପରେ ୨୭ ବର୍ଷୀୟ ଦୀପିକା ଲକ୍ଷ୍ୟସ୍ଥଳର କେନ୍ଦ୍ରବିନ୍ଦୁକୁ ଶର ସନ୍ଧାନ କରି ୧୦ ପଏଣ୍ଟ୍‌ ହାସଲ କରିବା ସହ ୨୦୧୬ ରିଓ ଅଲିମ୍ପିକ୍ସ୍‌ରେ ରୌପ୍ୟ ପଦକପ୍ରାପ୍ତ ରୁଷୀୟ ତୀରନ୍ଦାଜ ପେରୋଭୋଙ୍କୁ ପରାଜିତ କରିଥିଲେ।

Image Courtesy of TV9News

ଏକକ ତୀର ଚାଳନା ପ୍ରାରମ୍ଭରେ ହିଁ ପେରୋଭୋଙ୍କର ୭ଟି ତୀର ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। କିନ୍ତୁ, ଅବିଚଳିତ ଥିବା ଦୀପିକା ବିବ୍ରତ ନ ହୋଇ ୬-୫ (୧୦-୭) ପଏଣ୍ଟ୍‌ ହାସଲ କରିଥିଲେ। ତିନି ଥର ଅଲିମ୍ପିକ୍‌ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଦୀପିକାଙ୍କ ପାଇଁ ଏହା ଥିଲା ୨୦୧୭ ବିଶ୍ବ ଚାମ୍ପିଅନ୍‌ଙ୍କ ଠାରୁ ତିନ‌ୋଟି ମ୍ୟାଚ୍‌ରେ ପ୍ରଥମ ବିଜୟ। ଅଲିମ୍ପିକ୍ସ୍‌ ତୀରଚାଳନା ପ୍ରତିଯୋଗିତାର ଏକକ ପ୍ରତିଯୋଗିତାର ଅନ୍ତିମ-ଆଠଟି ପର୍ଯ୍ୟାୟରେ ଅଂଶ ଗ୍ରହଣ କରିବାରେ ସେ ମଧ୍ୟ ହେଉଛନ୍ତି ପ୍ରଥମ ଭାରତୀୟ।

ଏହା ପରେ ସେ କୋରିଆର ଆନ୍‌ ସାନ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତାରେ ସମ୍ମୁଖିନ ହେବେ।

ସମ୍ବନ୍ଧିତ ଖବର