ଟୋକିଓ ଅଲିମ୍ପିକ୍ସ୍‌ର ପ୍ରି-କ୍ବାର୍ଟର୍ସରେ ଉପନୀତ ହେଲେ ତୀରନ୍ଦାଜ ଅତନୁ ଦାସ

ଟୋକିଓ: ଦୁଇ ଥର ଅଲିମ୍ପିକ୍ସ୍‌ ସ୍ବର୍ଣ୍ଣପଦକ ପ୍ରାପ୍ତ ଦକ୍ଷିଣ କୋରିଆର ଓହ୍‌ ଜିନ୍‌ହିୟେକ୍‌ଙ୍କୁ ଜଣିକିଆ ପୁରୁଷ ତୀରଚାଳନା ପ୍ରତିଯୋଗିତାରେ ପରାସ୍ତ କରି ଆଜି ଭାରତୀୟ ତୀରନ୍ଦାଜ ଅତନୁ ଦାସ ଟୋକିଓ ଅଲିମ୍ପିକ୍ସ୍‌ର ପ୍ରି-କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି।

Image Courtesy of Zee News

‘ୟୁମେନୋଶିମା ରାଙ୍କିଙ୍ଗ୍‌ ଫିଲ୍‌ଡ୍‌’ରେ ଶଙ୍କିତ ହୋଇପଡ଼ିଥିବା ଅତନୁଙ୍କର ପ୍ରାରମ୍ଭିକ ମୁକାବିଲା ସେତେଟା ଭଲ ନ ଥିଲା। ଜିନ୍‌ହିୟେକ୍‌ଙ୍କ ୮-୯-୯ ପଏଣ୍ଟ୍‌ କରିଥିବା ବେଳେ ସେ ୮-୮-୯ ପଏଣ୍ଟ୍‌ ହାସଲ୍ କରିବାରେ ସମର୍ଥ ହୋଇଥିଲେ। ତେଣୁ, ପ୍ରଥମ ପର୍ଯ୍ୟାୟରେ ସେ ୨୬-୨୫ରେ ପରାସ୍ତ ହୋଇଥିଲେ। କିନ୍ତୁ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ୨୭-୨୭ରେ ରହିବାରୁ ପ୍ରତିଯୋଗିତା ଅମୀମାଂସିତ ରହିଥିଲା। ଏହା ପରେ ଚତୁର୍ଥ ପର୍ଯ୍ୟାୟରେ ୨୭-୨୨ କରି ସାମଗ୍ରିକ ସ୍କୋର୍‌ ୪-୪ ହାସଲ କରି ଅତନୁ ବିଜୟୀ ହୋଇଥିଲେ।

Image Courtesy of NDTV

ଦକ୍ଷିଣ କୋରିଆର ‌ତୀରନ୍ଦାଜ ଜିନ୍‌ହିୟେକ୍‌ଙ୍କ ଭୁଲ୍‌ର ସୁଯୋଗ ନ ନେଇ ମଧ୍ୟ ପଞ୍ଚମ ସେଟ୍‌ରେ ଅତନୁ ୨୮-୨୮ରେ ଅମୀମାଂସିତ ରହିଲେ। ତୀର ଚାଳନାରେ ଜିନ୍‌ହିୟେକ୍‌ ୯ ସ୍କୋର୍‌ କରିବାକୁ ସମର୍ଥ ହୋଇଥିବା ବେଳେ ଅତନୁ ୧୦ ସ୍କୋର୍‌ କରିଥିଲେ।

ଆଜି ଜିନ୍‌ହିୟେକ୍‌ଙ୍କ ପୂର୍ବରୁ ଅତନୁ ଦାସ ଚୀନା ତାଇପେଇର ଦେନ୍‌ ୟୁ-ସେଙ୍ଗ୍‌ଙ୍କୁ ୬୪ ରାଉଣ୍ଡ୍ ଶେଷ ସୁଦ୍ଧା ୬-୪ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର