ଟୋକିଓ : କରୋନା ଯୋଗୁଁ ୨୦୨୦ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚିଛି। ଏହି କ୍ରୀଡ଼ା ଲାଗି ବିଭିନ୍ନ ଦେଶରୁ ଖେଳାଳିମାନେ ଟୋକିଓ ଆସିବେ। ଆସିବା ବେଳେ ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରହିବାକୁ ପଡ଼ିବ ନାହିଁ ବୋଲି ଆୟୋଜକ ଜାପାନ ପକ୍ଷରୁ ଗୁରୁବାର କୁହାଯାଇଛି। ଏଥିଲାଗି ଆମେ କାମ କରୁଛୁ। ହେଲେ ଖେଳାଳିମାନେ ପହଞ୍ଚିବାର ୭୨ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯିବ। ତେବେ ବିଦେଶୀ ଦର୍ଶକଙ୍କୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନି। ହେଲେ ୧୪ ଦିନିଆ ସଂଗରୋଧରେ ରଖିବା ଅସମ୍ଭବ। ଆସନ୍ତା ବର୍ଷ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଟୋକିଓ ୨୦୨୦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତୋସିରୋ ମୁଟୋ କହିଛନ୍ତି। ନିକଟରେ ଜାପାନ ପରୀକ୍ଷାମୂଳକ କିଛି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିସାରିଛି। ଏହି ସମୟରେ କମ୍ ଦର୍ଶକଙ୍କୁ ମଧ୍ୟ ଅନୁମତି ମିଳିଥିଲା।
ଟୋକିଓ ଅଲିମ୍ପିକ୍ସ ଆଥ୍ଲେଟ୍ ୧୪ ଦିନିଆ ସଂଗରୋଧରେ ରହିବେନି
/sambad/media/post_attachments/wp-content/uploads/2020/11/BB1aWbbS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)