ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପରାଲିମ୍ପିକ୍ କ୍ରୀଡ଼ାରେ ଆଜି ଆୟୋଜିତ ‘ପୁରୁଷ ସିଙ୍ଗ୍ଲ୍ସ୍’ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଜାପାନର ଡାଇସୁକି ଫୁଜିହାରାଙ୍କୁ ପରାସ୍ତ କରି ଭାରତ ପକ୍ଷରୁ ଖେଳୁଥିବା ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଏହି ସଫଳତା ହେତୁ ଭାରତ ଅନ୍ୟୁନ ରୌପ୍ୟ ପଦକଟିଏ ପାଇବ ବୋଲି ସୁନିଶ୍ଚିତ ହୋଇଯାଇଛି।
ସମ୍ପ୍ରତି ବିଶ୍ବର ୧ନମ୍ବର ଖେଳାଳି ଭାବେ ଖ୍ୟାତି ଅର୍ଜିଥିବା ତଥା ଚଳିତ ‘ଏସିଆନ୍ ଚାମ୍ପିଅନ୍’ ୩୩ ବର୍ଷିୟ ଭଗତ ୩୬ ମିନିଟ୍ ଧରି ଚାଲିଥିବା ‘ପୁରୁଷ ସିଙ୍ଗିଲ୍ସ୍ ଏସ୍ଏଲ୍’ ବର୍ଗର ସେମିଫାଇନାଲ୍ରେ ଫୁଜିହାରାଙ୍କୁ ୨୧-୧୧-୨୧-୧୬ରେ ପରାସ୍ତ କରିଛନ୍ତି। ଏବର୍ଷ ପ୍ରଥମ କରି ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭଗତ ହେଉଛନ୍ତି ଏହି ଖେଳର ସ୍ବର୍ଣ୍ଣ ପଦକ ପ୍ରତିଦ୍ବନ୍ଦ୍ବିତା ସ୍ତରକୁ ଉତ୍ତୀର୍ଣ୍ଣ ହେବାରେ ପ୍ରଥମ ଭାରତୀୟ ଖେଳାଳି।
Image Courtesy of News18ଆଜିର ପ୍ରତିଯୋଗିତାର ପ୍ରାରମ୍ଭରେ ମନ୍ଥରତା ଦେଖାଇ ଭଗତ ୨-୪ ସ୍କୋର୍ କରିଥିଲେ। କିନ୍ତୁ, ପରେ କେତେଗୁଡ଼ିଏ ‘ଓଭର୍ହେଡ୍ ଡ୍ରପ୍’ ତାଙ୍କୁ ଉତ୍ତମ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଥିଲା। ଖେଳର ମଧ୍ୟାନ୍ତର ବେଳକୁ ଭାରତ ୧୧-୮କୁ ପ୍ରବେଶ କରିବା ପୂର୍ବରୁ ଉଭୟ ଖେଳାଳି ୮-୮ ସ୍କୋର୍ରେ ରହି ପ୍ରତିଦ୍ବନ୍ଦ୍ବିତା ଚଳାଇଥିଲେ।
Image Courtesy of NDTVମଧ୍ୟାହ୍ନ ବିରତି ପରେ ଭଗତ ଉତ୍ତମ ନୈପୁଣ୍ୟ ପ୍ରଦର୍ଶନ କରି ଶେଷକୁ ସିଧାସଳଖ ୬ଟି ପଏଣ୍ଟ୍ ହାସଲ୍ କରିଥିଲେ। କହିବାକୁ ଗଲେ ଖେଳର ଦ୍ବିତୀୟାର୍ଦ୍ଧ ଥିଲା କେବଳ ଭଗତଙ୍କ ପ୍ରଦର୍ଶନ।
୫ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବାମ ଗୋଡ଼ ବିକୃତ ହୋଇଥିବା ଭଗତ ‘ୱାଲର୍ଡ ଚାମ୍ପିଅନ୍ସିପ୍’ ସ୍ବର୍ଣ୍ଣପଦକ ସମେତ ସମୁଦାୟ ୪୫ଟି ଆନ୍ତର୍ଜାତିକ ପଦକ ହାସଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Pramod-in-Final-in-Paralympic-Games_Thumbnail.jpg)