ଜୟନ୍ତୀଙ୍କୁ ଟୋକିଓ ଟିକେଟ୍ ସମ୍ଭାବନା

ଭୁବନେଶ୍ବର : ଦ୍ବିତୀୟ ଓଡ଼ିଆ ଭାବେ ‌ଟୋକିଓ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ଉଜ୍ଜ୍ବଳ ସମ୍ଭାବନା ସୃଷ୍ଟି କରିଛନ୍ତି ଧାବିକା ଜୟନ୍ତୀ ବେହେରା। ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍‌ରେ ଜୁନ୍‌ ୨୯ ଓ ୩୦ ତାରିଖରେ ଏଥିପାଇଁ ଭାରତୀୟ ଦଳର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଜୁନ୍‌ ୩୦ ତାରିଖରେ ହେବାକୁ ଥିବା ମହିଳା ୪୦୦ ମିଟର ଦୌଡ଼ରେ ଜୟନ୍ତୀ ଟୋକିଓ ଟିକେଟ୍ ଅର୍ଜନ କରିବାର ସମ୍ଭାବନା ରହିଛି। କାରଣ ଜୟନ୍ତୀ ଏବେ ମଧ୍ୟ ବିଶ୍ବର ଶୀର୍ଷ ୧୦ ଜଣ ୪୦୦ ମିଟର୍‌ ଧାବିକାଙ୍କ ମଧ୍ୟରେ ରହିଛନ୍ତି। ପୂର୍ବରୁ ପାରାବ୍ୟାଡମିଣ୍ଟନ୍ ତାରକା ତଥା ବିଶ୍ବର ଏକ ନମ୍ବର ପ୍ରମୋଦ ଭଗତ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଭାରତରୁ ମାତ୍ର ୨ ଜଣ ମହିଳା କ୍ରୀଡ଼ାବିତ୍‌ ପାରାଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିଲେ ମଧ୍ୟ ଜୟନ୍ତୀଙ୍କ ପ୍ରଦର୍ଶନ ତାଙ୍କୁ ଦୃଢ଼ ଦାବିଦାର ରଖିଛି ବୋଲି ତାଙ୍କ ପ୍ରଶିକ୍ଷକ ବିଷ୍ଣୁଚରଣ ମିଶ୍ର ପ୍ରକାଶ କରିଛନ୍ତି। ତେବେ ୩୦ ତାରିଖର ଟ୍ରାଏଲ୍‌ ମଧ୍ୟ ତାଙ୍କ ଭାଗ୍ୟ ନିର୍ଣ୍ଣାୟକ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର