ପ୍ରଥମ ଦିନିକିଆ : ଲଥାମଙ୍କ ବିସ୍ଫୋରକ ଶତକ, ଭାରତକୁ ୭ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ୍  : ଅକଲାଣ୍ଡଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ୩୦୭ ରନର ବଡ଼ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ତାହା ଯଥେଷ୍ଟ ହୋଇନଥିଲା ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୦୬ ରନ କରିଥିଲା । ଭାରତ ପକ୍ଷରୁ ଦୁଇ ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୨୪ ରନ କରିଥିଲେ । ଧଓ୍ବନ ୭୨ ରନ କରିଥିବାବେଳେ ଗିଲ୍ ୫୦ ରନ କରିଥିଲେ । ଶ୍ରେୟସ ଆୟର ସର୍ବାଧିକ ୮୦ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ଓ ଲକି ଫର୍ଗୁସନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ନିଜର ଦୁଇ ଓପନରଙ୍କୁ ଅଳ୍ପରନ ବ୍ୟବଧାନରେ ହରାଇଥିବା ସତ୍ତ୍ବେ କେନ ଓ୍ବିଲିୟମସନ ଓ ଟମ ଲଥାମଙ୍କ ଲଢୁଆ ବ୍ୟାଟିଂ ଫଳରେ ମାତ୍ର ୩ଟି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଲଥାମ ଅପରାଜିତ ୧୪୫ ରନର ଇନିଂସ ଖେଳିଥିବାବେଳେ ଓ୍ବିଲିୟମସନ ଅପରାଜିତ ୯୪ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ।

 

ସମ୍ବନ୍ଧିତ ଖବର