ଶୀର୍ଷ ଖେଳାଳି ବାର୍ଟି ବିଦା, କ୍ବାର୍ଟର୍‌ରେ ଜୋକୋଭିକ୍‌, ନାଦାଲ୍‌,ଫେଡେରର, ସେରେନା

ଲଣ୍ଡନ୍‌: ଶୀର୍ଷ ମାନ୍ୟତା ପ୍ରାପ୍ତ ଆସିଲେ ବାର୍ଟିଙ୍କ ଚଳିତ ୱିମ୍ବଲ୍‌ଡନ୍‌ ଟେନିସ୍‌ ପ୍ରତି‌ଯୋଗିତାରେ ଅଭିଯାନ ଶେଷ ହୋଇଛି। ‌ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଏହି ଅଷ୍ଟ୍ରେଲୀୟ ଲଳନାଙ୍କୁ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଅଟକାଇଛନ୍ତି ‌ଆମେରିକାର ଆଲିସନ୍‌ ରିସ୍କେ। ସୋମବାର ରିସ୍କେ ୩-୬, ୬-୨, ୬-୩ରେ ବାର୍ଟିଙ୍କୁ ହରାଇ ପ୍ରଥମ ଥର ଲାଗି ୱିମ୍ବଲ୍‌ଡନ୍‌ କ୍ବାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି। ସେହିପରି ତୃତୀୟ ମାନ୍ୟତା ପ୍ରାପ୍ତ ତଥା କାରୋଲିନା ପ୍ଲିସ୍‌କୋଭାଙ୍କୁ ୬-୪, ୫-୭, ୧୧-୧୩‌ ସେଟ୍‌ରେ ହରାଇ ବିଦାୟ ରାସ୍ତା‌ ଦେଖାଇଛନ୍ତି ନିଜ ଦେଶର କାରୋଲିନା ମୁଚୋଭା। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସେରେନା ୱିଲିୟମ୍ସ, ସିମୋନା ହାଲେପ (ସପ୍ତମ), ଏଲିନା ସ୍ବିତୋଲିନା (ଅ‌ଷ୍ଟମ), ଜୋହାନା କୋଣ୍ଟା (ଉନ୍ନବିଂଶ), ବର୍ବରା ଷ୍ଟ୍ରାଇକୋଭା ଓ ଝାଙ୍ଗ୍‌ ସୁଆଇ କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଆମେରିକାର ସେରେନା ଚର୍ତୁଦଶ ଏବଂ ହାଲେପ ଚତୁର୍ଥ ଥର ଲାଗି କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୭ ଥର ଏଠାରେ ଟ୍ରଫି ଜିତିଥିବା ସେରେନା ୬-୨, ୬-୨ ସେଟ୍‌ରେ ୨୩ ମାନ୍ୟତା ପ୍ରାପ୍ତ କାର୍ଲା ସୌରେଜ ନାଭୋରୋଙ୍କୁ, ହାଲେପ ୬-୩, ୬-୩ ସେଟ୍‌ରେ କୋରି ଗଫ୍‌ଙ୍କୁ, ସ୍ବିତୋଲିନା ୬-୪, ୬-୨ ସେଟ୍‌ରେ ୨୪ ମାନ୍ୟତା ପ୍ରାପ୍ତ ପେଟ୍ରା ମାର୍ଟିକଙ୍କୁ, କୋଣ୍ଟା ୪-୬, ୬-୨, ୬-୪ ସେଟ୍‌ରେ ଷଷ୍ଠ ମାନ୍ୟତା ପ୍ରାପ୍ତ ପେଟ୍ର କ୍ବିତୋଭାଙ୍କୁ, ଷ୍ଟ୍ରାଇକୋଭା ୪-୬, ୭-୫, ୬-୨ ସେଟ୍‌ରେ ୨୪ ମାନ୍ୟତା ପ୍ରାପ୍ତ ଏଲିନା ମର୍ତେନ୍ସଙ୍କୁ, ଝାଙ୍ଗ୍‌ ୬-୪, ୧-୬, ୬-୨ ସେଟ୍‌ରେ ଡାୟାନା ୟେସ୍ତ୍ରିମ୍‌ସ୍କାଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକ ବର୍ଗରେ ଶୀର୍ଷ ମାନ୍ୟତା ପ୍ରାପ୍ତ ନୋଭାକ ଜୋକୋଭିକ, ଦ୍ବିତୀୟ ମାନ୍ୟତା ପ୍ରାପ୍ତ ରୋଜର ଫେଡେରର ରାଫେଲ୍‌ ନାଦାଲ୍‌ (ତୃତୀୟ), ଡେଭିଡ୍‌ ଗଫିନ, ରୋର୍ବଟ ବୌତିସା ଅଗଟ, ସାମ୍‌ ‌କ୍ବେରି ନିଜ ନିଜ ମ୍ୟାଚ୍‌ ଜିତି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଜୋକୋଭିକ୍‌ ଦଶମ ଏବଂ ‌ସ୍ପେନ୍‌ର ନାଦାଲ୍‌ ସପ୍ତମ ଥର ଲାଗି ଏହି ସ୍ଥାନ ପକ୍କା କରିଥିଲେ। ୪ ଥରର ବିଜେତା ଜୋକୋଭିକ୍‌ ୬-୩, ୬-୨, ୬-୩ରେ ଉଗୋ ହୁମବର୍ଟଙ୍କୁ, ଦୁଇଥରର ବିଜେତା ନାଦାଲ ୬-୨, ୬-୨, ୬-୨ରେ ଜୋଆ ସୌସାଙ୍କୁ, ଫେଡେରର ସପ୍ତଦଶ ମାନ୍ୟତା ପ୍ରାପ୍ତ ଇଟାଲିର ମାଟିଓ ବାରେତିନିଙ୍କୁ ୬-୧, ୬-୨, ୬-୨ରେ ହରାଇ ଦେଇଥିଲେ।

ଅଗଟ ୬-୩, ୭-୫, ୬-୨ ସେଟ୍‌ରେ ୨୮ ମାନ୍ୟତା ବେନ୍‌ ପାଇରେଙ୍କୁ, ଗଫିନ୍‌ ୭-୬, ୨-୬, ୬-୩, ୬-୪ ସେଟ୍‌ରେ ଫର୍ନାଣ୍ଡୋ ଭର୍ଦାସ୍କୋଙ୍କୁ, କ୍ବେରି ୬-୪, ୬-୭, ୭-୬, ୭-୬ ସେଟ୍‌ରେ ଟେନିସ୍‌ ସାଣ୍ଡଗ୍ରିନ୍‌ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର