କଟକ: ବାରବାଟୀ ପିଚ୍ରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ। କାରଣ ଏଠାରେ କାକର ଓ ସ˚ଧୢା ବେଳର ହାଲ୍କା ପବନ ମ୍ୟାଚ୍ର ରୂପରେଖ ବଦଳାଇପାରେ। ଯଦିଓ ପିଚ୍ ଉପରେ ଓ ପଡ଼ିଆରେ କାକରର ପ୍ରଭାବ ନପଡ଼ିବା ପାଇଁ ରସାୟନ ସିଞ୍ଚନ କରାଯିବ ତଥାପି ପଡ଼ିଆ ଘାସ ଓଦାଳିଆ ରହିପାରେ। ତେଣୁ ବଲ୍ ଗ୍ରିପ୍ କରିବାରେ ସମସ୍ୟା ହେବ। ଏଥିପାଇଁ ଟସ୍ ଜିତିବା ଦଳ ବୋଲି˚ କରିବାକୁ ପସନ୍ଦ କରିପାରନ୍ତି ବୋଲି ବିସିସିଆଇ କ୍ୟୁରେଟର ପଙ୍କଜ ପଟ୍ଟନାୟକ କିଛି ଦିନ ତଳେ ସମ୍ବାଦ ସହ ଆଲୋଚନା ବେଳେ କହିଥିଲେ। ତାଙ୍କ କହିବାନୁସାରେ ପିଚ୍କୁ ବ୍ୟାଟି˚ ଉପଯୋଗୀ କରାଯାଇଛି। ଏଠାରେ ନିଶ୍ଚୟ ୩୦୦ରୁ ଅଧିକ ରନ୍ ସ˚ଗ୍ରହ ହେବ। ତଥାପି ଟସ୍ର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ଯଦିଏ ପ୍ରଥମେ ବ୍ୟାଟି˚ କରିବା ଦଳ ଭଲ ଖେଳିପାରିବ। କିନ୍ତୁ ସ˚ଧୢା ପରେ କାକର ଆସିଯିବା ପରେ ବୋଲରମାନଙ୍କୁ ସମସ୍ୟା ହୋଇପାରେ। ବଲ୍ ଠିକ୍ ଭାବେ ଗ୍ରିପ୍ ନହେବାରୁ ବ୍ୟାଟ୍ସମ୍ୟାନଙ୍କୁ ସଟ୍ ଖେଳିବାରେ କୌଣସି ସମସ୍ୟା ହେବ ନାହିଁ। ତଥାପି ପଡ଼ିଆରୁ କାକର ପ୍ରଭାବ ହଟାଇବା ପାଇଁ ସୁପର ସକର ଓ ରସି ଚଲାଯିବ। ପିଚ୍ ଉପରେ ରସାୟନ ସିଞ୍ଚନ କରାଯିବ। ବାରବାଟୀ ଇତିହାସରେ ଦେଖାଯାଇଛି ଡିସେମ୍ବର ମାସ ବେଳକୁ ଅଧିକ କାକର ପଡେ଼। ତେଣୁ ଦ୍ବିତୀୟ ପାଳି ଖେଳୁଥିବା ଦଳକୁ ମ୍ୟାଚ୍ ଜିତିବା ସହଜ ହୁଏ। ତଥାପି ଯଦି ପ୍ରଥମ ପାଳିରେ ୩୦୦ରୁ ଅଧିକ ରନ୍ ସ˚ଗ୍ରହ ହୁଏ, ତାହେଲେ ମ୍ୟାଚ୍ର ରୋମାଞ୍ଚ ଅଧିକ ରହିବ ବୋଲି ପଙ୍କଜ କହିଛନ୍ତି। ଗତ ୩ ମାସ ତଳୁ ପିଚ୍କୁ ପ୍ରସ୍ତୁତ କରାଯାଇଥିଲା। ପିଚ୍ ପରୀକ୍ଷା ପାଇଁ ଏହା ଉପରେ ଟ୍ବେଣ୍ଟି-୨୦ ଟ୍ରାଏଲ ମ୍ୟାଚ୍ ଖେଳାଯାଇଛି। ପିଚ୍ର ବ୍ୟବହାର ବହୁତ ଭଲ ରହିଛି। ଏଥିସହିତ ପୂର୍ବାଞ୍ଚଳ କ୍ୟୁରେଟର ଆଶିଷ ଭୌମିକ ମଧ୍ୟ ପିଚ୍ ପ୍ରସ୍ତୁତିରେ ଯୋଗଦେଇଥିଲେ। ତେଣୁ ଏଠାରେ ଅଧିକ ରନ୍ ବିଶିଷ୍ଟ ମ୍ୟାଚ୍ ଦେଖିବାକୁ ମିଳିପାରିବ ବୋଲି ପଙ୍କଜ କହିଛନ୍ତି।
ବାରବାଟୀ ପିଚ୍ରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ: ପଙ୍କଜ
/sambad/media/post_attachments/wp-content/uploads/2019/12/gh54dg5j4gd8j74dg65j4dg654jdg654j65dgjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)