ଟାଉନ୍‌ କ୍ଲବ୍‌ର ଦ୍ୱିତୀୟ ବିଜୟ

ଅନ୍ତଃକ୍ଲବ୍‌ କ୍ରିକେଟ୍‌ ଶୃଙ୍ଖଳା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ମୂଳାପଡ଼ିଆରେ ଚାଲିଥିବା ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ ଚରଣରେ ଆୟୋଜକ ଟାଉନ୍‌ କ୍ଲବ୍‌ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ପୁରୀର ପାୟୋନିୟରକୁ ପରାସ୍ତ କରିଥିବା ଏହି ଉଦୀୟମାନ ଦଳ ଶୁକ୍ରବାର ୧୪୮ ରନ୍‌ର ବଡ଼ ବ୍ୟବଧାନରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟାଉନ୍‌ କ୍ଲବ୍‌ ନିର୍ଧାରିତ ୪୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୭୦ ରନ୍‌ କରିଥିଲା। ଗିରିଜା ମିଶ୍ର ୬୬*, ପ୍ରତ୍ୟୁଷ ଦାସ ୪୭, ରାକେଶ ବେହେରା ୪୩, ଅଶ୍ୱିନୀ ମହାପାତ୍ର ୩୭, ବିଶାଲ କର ୪୨ ରନ୍‌ କରିଥିଲେ। ପ୍ରତିପକ୍ଷର ପ୍ରବୀର ନାୟକ, ଶୁଭମଶ୍ରୀ ବେହେରା ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ମୁକ୍ତେଶ୍ୱର କ୍ଲବ୍‌ ୨୬.୫ ଓଭରରେ ୧୨୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରବୀର ନାୟକ ୩୩, ପ୍ରିୟରଂଜନ ସାହୁ ୨୪ ରନ୍‌ କରିଥିଲେ। କିନ୍ତୁ ବାମହାତୀ ସ୍ପିନର ଶୁଭ ସଙ୍କେତ ଧଳ (୫/୩୪), ଦୀପକ ମାଝୀ (୩/୧୧), ଭବତୋଷ ପରମାଣିକ (୨/୨୧) ମୁକ୍ତେଶ୍ୱର ବ୍ୟାଟିଂକୁ ବିଧ୍ୱସ୍ତ କରି ଦେଇଥିଲେ। ଶୁଭ ସଙ୍କେତ ଧଳକୁ ଅତିଥି ବିଶିଷ୍ଟ ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ କୁମାର ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର