ଭୁବନେଶ୍ବର: ଟାଉନ କ୍ଲବ୍‌ ପକ୍ଷରୁ ଚାଲିଥିବା ୧୫ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଷଷ୍ଠ ଦିବସରେ ପାରାମାଉଣ୍ଟ ସ୍ପୋର୍ଟିଂ ୧୦ ୱିକେଟ୍‌ରେ ଜାଗୃତି କ୍ରିକେଟ୍‌ କ୍ଲବ୍‌କୁ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ଓସ୍କାର ସ୍ପୋର୍ଟିଂ ୬ ୱିକେଟ୍‌ରେ ମୁକ୍ତେଶ୍ବର ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନେଇଥିବା ଜାଗୃତି ୧୨.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୨୬ ରନ୍‌ କରିଥିଲା। ପାରାମାଉଣ୍ଟ ପକ୍ଷରୁ ସ୍ବସ୍ତିକ ଚଉଦରି ୪ ଓ ଏସ୍‌କେ ନକିବ୍‌ ସରବେର, ତନୁସ୍‌ ଦେ ୨ ୱିକେଟ ଲେଖାଏଁ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପାରାମାଉଣ୍ଟ ୨.୨ ଓଭରରେ ବିନା କୌଣସି କ୍ଷତିରେ ହାସଲ କରିଥିଲା। ସ୍ବାଗତ ମିଶ୍ର ଏକାକି ୨୬ ରନ୍‌ କରିଥିଲେ।

Advertisment

ସ୍ବସ୍ତିକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଟାଉନ କ୍ଲବ୍‌ ସଦସ୍ୟ ଶଶୀ ଶେଖର ଗରାବଡୁ ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍‌କୁ ପ୍ରତ୍ୟୁଷ ଦାସ ଓ ରୁଦ୍ର ମହାସୁଆର ପରିଚାଳନା କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ମୁକ୍ତେଶ୍ବର ୨୧ ଓଭରରେ ୮୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଓସ୍କାର ପକ୍ଷରୁ ଅଭିନବ ରୋନକ ପାଣି ୩, ପ୍ରୟାନ ସାମଲ, ଆଭ୍ୟଭିର ଲେଙ୍କା ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ଓସ୍କାର ୧୮ ଓଭରରେ ୪ ୱିକେଟ୍‌ କ୍ଷତିରେ ମ୍ୟାଚ୍‌ ଜିତି ନେଇଥିଲା। ପ୍ରୟାନ ସାମଲ ଅପରାଜିତ ୪୨* ରନ୍‌ କରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସମାଜସେବୀ ଗଣେଶ ପାଲ୍‌ ପୁରସ୍କୃତ କରିଥିଲେ। ଏହି ମ୍ୟାଚ୍‌କୁ ପାର୍ଥ ସାରଥୀ ପରିଡ଼ା ଏବଂ ରବି ରାଜ୍‌ ପରିଚାଳନା କରିଥିଲେ।