ବୌଦ୍ଧ: ବୌଦ୍ଧ କଚେରି ଖେଳ ପଡ଼ିଆରେ ଜିଲ୍ଲା କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ବୌଦ୍ଧ କପ୍ କ୍ରିକେଟ୍ ପ୍ରତିଯୋଗିତାର ଭୁବନେଶ୍ୱର ଟାଉନ୍ କ୍ଲବ୍ ଦଳ ବିଜେତା ହୋଇଛି। ରବିବାର ଫାଇନାଲରେ ଏହି ଦଳ ୪ ଓ୍ଵିକେଟ୍ରେ କଟକର ୟୁନିୟନ୍ ସ୍ପୋର୍ଟିଂ କ୍ଲବ୍କୁ ପରାସ୍ତ କରି ଟ୍ରଫି ହାତେଇ ନେଇଛି। ଟସ୍ ଜିତି ୟୁନିୟନ୍ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରିଥିଲା। ରାଜେଶ ଦାଶଙ୍କ ୩୬ ଓ ସର୍ବେଶ୍ୱର ମହାନ୍ତିଙ୍କ ୩୨ ରନ୍ ବଳରେ ଦଳ ୨୮.୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୬୫ ରନ୍ କରିଥିଲା। ଟାଉନ୍ କ୍ଲବ୍ ପକ୍ଷରୁ ମାନସ ଦାଶ, ଦୀପକ୍ ମାଝୀ ଓ ସୁମନ ମହାରଣା ୩ ଲେଖାଏଁ ଓ୍ଵିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଟାଉନ୍ କ୍ଲବ୍ ୨୮ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମାନସ ଦାଶ (୫୪) ଅର୍ଧଶତକ ଜମାଇଥିଲା ବେଳେ ବିଶାଳ କର ୩୧, ଗିରିଜା ମିଶ୍ର ୩୩ ଓ ଦୀପକ୍ ମାଝୀ ୨୪ ରନ୍ର ଅବଦାନ ଛାଡ଼ିଥିଲେ। ୟୁନିୟନ୍ ସ୍ପୋର୍ଟିଂ ପକ୍ଷରୁ ପ୍ରଶାନ୍ତ ରାଣା, ଅନୁରାଗ କାନୋଜିଆ ଓ ମହମ୍ମଦ ଆକ୍ରମ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ମାନସ ଦାଶ ଫାଇନାଲ୍ର ଶ୍ରେଷ୍ଠ, ପ୍ରତିଯୋଗିତାର ଶ୍ରେଷ୍ଠ ସାଙ୍ଗକୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପୋଛି ନେଇଥିଲା ବେଳେ ଅନୁରାଗ କାନୋଜିଆ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ବିଜେତା ଦଳର ବିଶାଳ କର ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ବଳରାମ ପଟ୍ଟନାୟକ, ବିଶ୍ୱଜିତ ପୁରୋହିତ ଖେଳ ପରିଚାଳନା କରିଥିଲେ।ଉଦ୍ଯାପନୀ ଉତ୍ସବରେ ବୌଦ୍ଧ ଏନ୍ଏସି ଅଧ୍ୟକ୍ଷା ଦୀପ୍ତିପ୍ରଭା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।
ବୌଦ୍ଧ କପ୍ କ୍ରିକେଟ୍: ଟାଉନ୍ କ୍ଲବ୍ ବିଜେତା
/sambad/media/post_attachments/wp-content/uploads/2018/02/5-town-club-champion-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)