ଭୁବନେଶ୍ବର: ଭୁବନେଶ୍ବରର ଟାଉନ୍ କ୍ଲବ୍ କେସିଏସ୍ଏ କପ୍ ବିଜେତା ହୋଇଛି। ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡ୍ରେ ଆୟୋଜିତ ଏହି କ୍ରିକେଟ୍ ପ୍ରତିଯୋଗିତାର ଶନିବାର ଫାଇନାଲ୍ରେ ଟାଉନ୍ କ୍ଲବ୍ ୯୨ ରନ୍ରେ ପାଟଣାଗଡ଼କୁ ପରାସ୍ତ କରି ଟ୍ରଫି ଜିତି ନେଇଛି। ଦୀପକ ମାଝୀଙ୍କ ୧୮ ବଲ୍ରୁ ୪୮, ବିଶାଳ କରଙ୍କ ୧୯ ବଲ୍ରୁ ୪୩ ଏବଂ ଗିରିଜା ମିଶ୍ରଙ୍କ ୨୪ ବଲ୍ରୁ ୪୩ ରନ୍ ସହାୟତାରେ ଟାଉନ୍ କ୍ଲବ୍ ୧୯.୫ ଓଭରରେ ୧୯୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ସତ୍ୟଜିତ୍ ୪ ଓ ସାଗର ୨ ୱିକେଟ୍ ନେଇଥିଲେ। ଜବାବରେ ରାହୁଲଙ୍କ ୩୮ ରନ୍ ସତ୍ତ୍ବେ ପାଟଣାଗଡ଼ ୧୯.୨ ଓଭରରେ ୯୯ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ବିଶାଳ କର ୪ ଓ ମାନସ ଦାସ ୨ ୱିକେଟ୍ ପାଇଥିଲେ। ବିଶାଳ କର ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ସାଙ୍ଗକୁ ପ୍ରତିଯୋଗିତାର ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲା ବେଳେ ଦୀପକ ମାଝୀ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଜେତା ସ୍ବରୂପ ଟାଉନ୍ କ୍ଲବ୍ ଟ୍ରଫି ସହ ୩୧,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲା ବେଳେ ଉପବିଜେତା ଦଳକୁ ମିଳିଥିଲା ୨୧,୦୦୦ ଟଙ୍କାର ପୁରସ୍କାର ରାଶି।
ଟାଉନ୍ କ୍ଲବ୍ ଜିତିଲା କେସିଏସ୍ଏ କପ୍
/sambad/media/post_attachments/wp-content/uploads/2019/01/Untitled-4-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)