ଭୁବନେଶ୍ବର: ଭାରତୀୟ ସ୍କ୍ବାସ୍ ଦୁନିଆରେ ପ୍ରତିଷ୍ଠିତ ଓଡ଼ିଅା ଖେଳାଳି ଓ ପ୍ରଶିକ୍ଷକ ଗୌତମ ଦାସ ନିଆରା ସଫଳତା ପାଇଛନ୍ତି। ଖେଳାଳି ପ୍ରଶିକ୍ଷକ ବନିଥାନ୍ତି କିନ୍ତୁ େଗୗତମ ପ୍ରଶିକ୍ଷକକୁ ଖେଳାଳି ପାଲଟିଛନ୍ତି। ୨୦୦୮ ପରଠାରୁ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷକ ବନି ଯାଇଥିଲେ ଗୌତମ। ଭାରତୀୟ କନିଷ୍ଠ ଓ ବରିଷ୍ଠ ଦଳ ସହ ସେ ଜଡ଼ିତ ଥିଲେ। ବାଙ୍ଗାଲୋରରେ ଥିବା ସ୍କ୍ବାସ ଏକାଡେମିର ଦାୟିତ୍ୱରେ ମଧ୍ୟ ରହିଥିଲେ। ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବେଳେ ସେ ଥିଲେ ଭାରତୀୟ ଦଳର ଅନ୍ୟତମ ପ୍ରଶିକ୍ଷକ। ଗତ ୧୦ ବର୍ଷ ଭିତରେ ସେ ନିଜେ ଖେଳୁ ନଥିଲେ। ତେବେ ଏଥିରେ ସେ ଆଣିଛନ୍ତି ପରିବର୍ତ୍ତନ। ବର୍ତମାନ କୋଲକାତାରେ କାର୍ଯ୍ୟରତ ଗୌତମ ଦୀର୍ଘ ୧୦ ବର୍ଷ ପରେ ଖେଳାଳି ଭାବରେ ଓହ୍ଲାଇ ସଫଳତା ଅର୍ଜନ କରିଛନ୍ତି। କୋଲକାତା ଅନୁଷ୍ଠିତ ସ୍କ୍ବାସ୍ ଲିଗ୍ରେ ଗୌତମଙ୍କ ନେତୃତ୍ୱର ଦଳ ‘ରେଡର୍ସ’ ବିଜେତା ହୋଇଛି। ଗୌତମ ଅଧିନାୟକତ୍ୱ କରିବା ସହ ଯୁଗଳରେ ଖେଳି ବିଜୟ ଲାଭ କରିଥିଲେ। କୋଲକାତା ଲିଗ୍ରେ ଗୌତମ ସଫଳତା ଅର୍ଜନ କରିବା ପରେ ଏବେ ପୁଣି ଥରେ ଖେଳାଳି ଭାେବ ପେସାଦାର ଜାତୀୟ ସ୍କ୍ବାସ୍ ସର୍କିଟରେ ସାମିଲ ହେବାର ମନସ୍ତ କରିଛନ୍ତି। ୨୦୧୯ ଋତୁରେ ଖେଳାଳି ଭାବରେ ଚମକିବା ଲାଗି ଗୌତମ ଆରମ୍ଭ କରିଛନ୍ତି ପ୍ରୟାସ। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା କାଠିଆପଡ଼ା ଗାଁର ମୂଳବାସିନ୍ଦା ଗୌତମ ଦାସଙ୍କ ୪ ପୀଢ଼ି ଭାରତୀୟ ସ୍କ୍ବାସ ଦୁନିଆ ସହ ପ୍ରଶିକ୍ଷକ ଭାବେ ଜଡ଼ିତ।
ପ୍ରଶିକ୍ଷକରୁ ଖେଳାଳି: ଗୌତମ ସଫଳ
/sambad/media/post_attachments/wp-content/uploads/2018/10/9-goutam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)