-ଭାରତର ୨୨୪ ରନ୍ ବିଜୟ ରନ୍ ବ୍ୟବଧାନରେ ଭାରତର ତୃତୀୟ ସର୍ବବୃହତ ବିଜୟ। ପୂର୍ବ ବଡ଼ ବିଜୟ ଯଥାକ୍ରମେ ବରମୁଡ଼ା (୨୫୭) ଏବଂ ହଂ କଂ (୨୫୬) ବିପକ୍ଷରେ ଥିଲା। ୱେଷ୍ଟଇଣ୍ଡିଜ୍ କିନ୍ତୁ ନିଜ ଦିନିକିଆ ଇତିହାସରେ ସର୍ବବୃହତ ପରାଜୟ ବରଣ କରିଛି। ୨୦୧୫ ବିଶ୍ବକପ୍ରେ ଇଣ୍ଡିଜ୍ ୨୫୭ ରନ୍ରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା।
ଭାରତର ୩୭୭/୫ େୱଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ସ୍କୋର। ବୀରେନ୍ଦ୍ର ସେହବାଗଙ୍କ ଦ୍ବିଶତକ ବଳରେ ଭାରତ ୨୦୧୧ରେ ଇନ୍ଦୋରରେ ଏହି ଦଳ ବିପକ୍ଷରେ ୪୧୮/୫ କରିଥିଲା।
ରୋହିତ ଶର୍ମା ସୋମବାର ନିଜ ଖେଳ ଜୀବନର ସପ୍ତମ ୧୫୦ରୁ ଊର୍ଧ୍ବ ସ୍କୋର୍ କରିଥିଲେ। ପ୍ରଥମ ଦିନିକିଆରେ ସେ ସଚିନ ଓ ୱାର୍ନର (ଉଭୟ ୫ ଥର)ଙ୍କୁ ପଛରେ ପକାଇ ଦେଇଥିଲେ। ୨୦୧୩ ମସିହା ପରେ ରୋହିତ ସମସ୍ତ ୭ ଥର ୧୫୦ରୁ ଊର୍ଧ୍ବ ସ୍କୋର୍ କରିଛନ୍ତି। ଏହା ମଧ୍ୟରେ ୩ଟି ଦ୍ବିଶତକ ରହିଛି। ସେହିଭଳି ଜିମ୍ବାୱେର ହାମିଲଟନ୍ ମାସାକାଜାଙ୍କ ପରେ ଦ୍ବିତୀୟ ଖେଳାଳିଭାବେ ଗୋଟିଏ ଶୃଙ୍ଖଳାରେ ରୋହିତ ଦୁୁଇ ଥର ୧୫୦+ ସ୍କୋର କଲେ।
ରୋହିତ ଏବଂ ରାୟୁଡୁଙ୍କ ୨୧୧ ରନ୍ ଭାଗୀଦାରି ତୃତୀୟ ୱିକେଟ୍ ପାଇଁ ଭାରତର ପଞ୍ଚମ ସର୍ବୋଚ୍ଚ। ପଞ୍ଚମ ଥର ପାଇଁ ମଧ୍ୟ ଭାରତ ଏକ ଶୃଙ୍ଖଳା କିମ୍ବା ପ୍ରତିଯୋଗିତାରେ ଦ୍ବିଶତକ ଭାଗୀଦାରି କଲା।
ଭାରତୀୟ ବ୍ୟାଟସମ୍ୟାନ ଚଳିତ ଶୃଙ୍ଖଳାରେ ୬ ଶତକ ହାସଲ କରିସାରିଛନ୍ତି। ଯାହାକି ନିଜର କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ଯୁଗ୍ମ ସର୍ବାଧିକ। ଅଷ୍ଟ୍ରେଲିଆ ବିପକ୍ଷ ୨୦୧୩-୧୪ ଘରୋଇ ଶୃଙ୍ଖଳା ଏବଂ ୨୦୧୫-୧୬ରେ ଅଷ୍ଟ୍ରେଲିଆରେ ଭାରତ ଦୁଇ ଥର ମଧ୍ୟ ଗୋଟିଏ ଶୃଙ୍ଖଳାରେ ୬ ଲେଖାଏଁ ଶତକ ହାସଲ କରିଥିଲା।
ଇଣ୍ଡିଜ୍ର ଦ୍ବିତୀୟ ସର୍ବବୃହତ୍ ପରାଜୟ
/sambad/media/post_attachments/wp-content/uploads/2018/10/west-indies.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)