ଭୁବନେଶ୍ୱର: ଏଲ୍ଏଲ୍ସିସି ଏବଂ ଏସ୍ଜେଏସ୍ସି ମିଳିତ ଅନୁକୂଲ୍ୟରେ ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଆସନ୍ତା ମେ’ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଇଆର୍ସି ଭିଲେଜ୍ସ୍ଥିତ ଏଲ୍ଏଲ୍ସିିସି ପଡ଼ିଆରେ ଖେଳାଯିବ। ବିଜେତା ଏବଂ ଉପବିଜେତା ଦଳ ଲାଗି ଯଥାକ୍ରମେ ୧ ଲକ୍ଷ ଓ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ରହିଛି। ସେହିଭଳି ସେମିଫାଇନାଲ୍ ପହଞ୍ଚିଥିବା ସମସ୍ତ ଦଳକୁ ୩,୦୦୦ ଟଙ୍କା ଲେଖାଏଁ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ରହିଛି। ମ୍ୟାଚ୍ଗୁଡ଼ିକ ଦିବାରାତ୍ର ଖେଳାଯିବ। ଭାରତର ଶ୍ରେଷ୍ଠ ଟେନିସ୍ ବଲ୍ କ୍ରିକେଟ୍ ଦଳଗୁଡ଼ିକ ଏଥିରେ ଭାଗ ନେଇପାରିବେ। ଉଦ୍ଘାଟନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସାଂସଦ ଅଚ୍ୟୁତ ସାମନ୍ତ, ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ, କର୍ପୋରେଟର ମାନସୀ ସୁନ୍ଦରାୟ, ସମୀର ପ୍ରଧାନ, ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଏବଂ ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ଦେଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଦଳଗୁଡ଼ିକ ୮୯୧୭୫ ୨୯୦୮୫ ନମ୍ବରରେ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।
ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍ ମେ’ ୯ରୁ
/sambad/media/post_attachments/wp-content/uploads/2018/04/cricketstumpscropped_17q224x73taln1idz2dqafuncw-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)