ଭୁବନେଶ୍ବର: ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ପୁଣି ମିଳିଛି ଜାତୀୟ ଯୁବା ଦଳର ସହକାରୀ ପ୍ରଶିକ୍ଷକ ଦାୟିତ୍ବ। ଚଳିତ ବର୍ଷର ଏଏଫ୍ସି ପ୍ରତିଯୋଗିତା ଏବଂ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଦାୟିତ୍ବ ପରେ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଏବେ ଆତ୍ମବିଶ୍ବାସରେ ରହିଛନ୍ତି। ଶୁକ୍ରବାରଠାରୁ ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ୍ ବାଳିକା ଦଳର ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶ୍ରଦ୍ଧାଞ୍ଜଳି ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ଖେଳାଳି ରଂଜିତା ମହାନ୍ତିଙ୍କ ସହ ଯାତ୍ରା କରିଛନ୍ତି। ରଂଜିତା ଏହି ଦଳର ଗୋଲରକ୍ଷକ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ନାଲକୋରେ ନିଯୁକ୍ତ ଅଛନ୍ତି।
ଶ୍ରଦ୍ଧାଞ୍ଜଳି ପୁଣି ଜାତୀୟ ଦଳ ସହକାରୀ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2023/07/654fh654sfhsfhfshsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)