ଟ୍ରିପଲ୍‌ ସି’ ସର୍ବଭାରତୀୟ ଓପନ୍‌ ଚେସ୍‌, ଦ୍ବିତୀୟ ରାଉଣ୍ତ ସୁଦ୍ଧା ୭୩ ମିଳିତ ଆଗୁଆ

କଟକ: ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇଣ୍ତୋର ଷ୍ଟାଡିୟମରେ ସର୍ବଭାରତୀୟ ଓପନ୍‌ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ବୁଧବାର ପ୍ରଥମ ଦିନ ଦୁଇ ରାଉଣ୍ତ ଖେଳାଯାଇଥିଲା ବେଳେ ୭୩ ଜଣ ମିଳିତ ଅଗ୍ରଣୀ ପାଇଛନ୍ତି। ୧୦ ରାଜ୍ୟରୁ ଅ˚ଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧରେ ଓଡ଼ିଶାରୁ ୧୨୦ ଜଣ ରହିଛନ୍ତି। ଆସନ୍ତା ୨୧ ତାରିଖ ଦିନ ପ୍ରତିଯୋଗିତା ଉଦଯାପିତ ହେବ। ପ୍ରତିଯୋଗିତା ମୋଟ ୯ ରାଉଣ୍ତ ବିଶିଷ୍ଟ ରହିଛି। ଏଥିରେ ଗ୍ରାଣ୍ତମାଷ୍ଟର ଲକ୍ଷ୍ମଣ ଆର‌୍‌ଆର‌୍‌ ଶୀର୍ଷ ମାନ୍ୟତା ପାଇଥିଲା ବେଳେ ମୋଟ ୨୭୩ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ସେହିପରି ଆନ୍ତର୍ଜାତିକ ମାଷ୍ଟର ଓଡ଼ିଶାର ରାକେଶ କୁମାର ଜେନା, ଅନ୍ବେଶ ଉପାଧ୍ୟାୟ, ଚଣ୍ତିଗଡ଼ର ଗୁସେନ୍‌ ହିମଲ, ପଶ୍ଚିମବଙ୍ଗର ସୋମକ ପାଲିତ ପ୍ରମୁଖ ଅ˚ଶ ଗ୍ରହଣ କରିଛନ୍ତି। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଆନନ୍ଦ ବାବୁ, ଫିଡେ ଆର୍ବି‌ଟର ଭବେଶ ମହାନ୍ତି, ସନ୍ତୋଷ ମହାପାତ୍ର ଓ ଜ୍ୟୋତିପ୍ରକାଶ ନନ୍ଦ ପରିଚାଳନା କରୁଛନ୍ତି। ରାଜ୍ୟ ଚେସ୍‌ ସ˚ଘର ସମ୍ପାଦକ ଦେବବ୍ରତ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ˚ଘ ଉପ ସଭାପତି ର˚ଜନ ମହାନ୍ତି, କେନ୍ଦୁଝର ଜିଲ୍ଲା ଚେସ୍‌ ସ˚ଘ ସମ୍ପାଦକ ଅମର ମହାନ୍ତି, ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ସଭାପତି କମଳାକାନ୍ତ ବିଶୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର