ତ୍ରିବେଣୀ କପ୍ କ୍ରିକେଟ୍ ଉଦଘାଟିତ

ଭୁବନେଶ୍ବର: ସ୍ଥାନୀୟ ଆଇଆର୍‌ସି ଭିଲେଜ୍ ସ୍ଥିତ ଏଲ୍‌ଏଲ୍‌ସିସି ପଡ଼ିଆରେ ଗୁରୁବାର ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍‌ର ତ୍ରୟୋଦଶ ସଂସ୍କରଣ ଉଦ୍‌ଘାଟିତ ହୋଇ ଯାଇଛି। ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୨ ଦଳ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ମ୍ୟାଚ୍‌ ୬ ଓଭର ବିଶିଷ୍ଟ ହେବ ଏବଂ ଦଳ ପିଛା ୯ ଜଣ ଖେଳାଳି ରହିବେ। ବିଜେତା ଦଳକୁ ୧ ଲକ୍ଷ ଏବଂ ଉପବିଜେତାଙ୍କୁ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ମ୍ୟାଚ୍ ଓ ଶୃଙ୍ଖଳା ଶ୍ରେଷ୍ଠ ଖେଳାଳିଙ୍କ ସହ ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ଶ୍ରେଷ୍ଠ ବୋଲର ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଆକର୍ଷଣୀୟ ଦିଆଯିବ। ଗୁରୁବାରର ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ ମୁଖ୍ୟ ଅତିଥି, ଡିଆଇଜି ସିଆରପିଏଫ୍ ରାମ ଛତ୍ରିଆ, ପୂର୍ବତନ କର୍ପୋରେଟର ମାନସୀ ରାଣୀ ସୁନ୍ଦରାୟ, ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ସଂପାଦକ ସିଥିଳ କୁମାର ପଣ୍ଡା, ଯୁଗ୍ମ ସଂପାଦକ ସୋମନାଥ ପରିଡ଼ା ଓ ଓଡ଼ିଶା ଟେନିସ୍ ବଲ୍ ଦଳର ପ୍ରଶିକ୍ଷକ ଚକ୍ରଧର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଦିନରେ ଖେଳାଯାଇଥିବା ତିନିଟି ମ୍ୟାଚ୍‌ରେ ଟେନିସ୍ ଷ୍ଟାର, ବର୍ନ ୱିଙ୍କର୍ସ ଓ ଆଦର୍ସ ଦଳ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର