ଶୀତକାଳୀନ ଅଲିିମ୍ପିକ୍ସ:ଯୌନ ଉତ୍ପୀଡ଼କଙ୍କ ପାଇଁ ଖୋଲିବ ଟ୍ରମା କେନ୍ଦ୍ର

ପିଅଙ୍ଗଚାଙ୍ଗ (ଦକ୍ଷିଣ କୋରିଆ): ଚଳିତ ମାସ ୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ପିଅଙ୍ଗଚାଙ୍ଗ୍‌ରେ ଅନୁଷ୍ଠିତ ହେବାକୁ ଥିବା ୨୩ତମ ଶୀତକାଳୀନ ଅଲିମ୍ପିକ୍ସ ଅବସରରେ କ୍ରୀଡ଼ାବିତ୍‌ଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ଲାଗି ଏକ ଟ୍ରମା କେନ୍ଦ୍ର ଖୋଲିବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ କେନ୍ଦ୍ର ଖୋଲିବାକୁ ଯାଉଛି। ଆମେରିକୀୟ ଜିମ୍ନାଷ୍ଟିକ୍ସ ଡାକ୍ତର ଲାରି ନାସର ଯୁବ କ୍ରୀଡ଼ାବିତ୍‌ଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ୧୭୫ ବର୍ଷ ପାଇଁ ଜେଲ୍‌ ଦଣ୍ଡ ଭୋଗିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଆୟୋଜକ। ଡାକ୍ତରୀ ବ୍ୟବସ୍ଥା ସହିତ ମନସ୍ତାତ୍ୱିକ ଯତ୍ନ ନେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ପୀଡ଼ନର ଶିକାର ହେଉଥିବା ଖେଳାଳିଙ୍କୁ ଆଇନଗତ ପରାମର୍ଶ ଏବଂ ପୁଲିସ୍‌ ସହାୟତା ମଳିିବ। ଖେଳାଳିଙ୍କୁ ଯେ କୌଣସି ପ୍ରକାର ସମସ୍ୟାରୁ ଦୂରେଇ ରଖାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର