ଟିଟି ମାନ୍ୟତା: ଶୀର୍ଷ ୨୫ରେ ସାଥୀୟାଁ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ସାଥୀୟାଁ ଗୁଣସେକରନ୍‌ ବିଶ୍ବ ଟେବୁଲ ଟେନିସ୍‌ (ଟିଟି) ମାନ୍ୟତାର ଶୀର୍ଷ ୨୫ରେ ସ୍ଥାନ ପାଇଛନ୍ତି। ସୋମବାର ପ୍ରକାଶିତ ମାନ୍ୟତାରେ ଏହି ଭାରତୀୟ ତାରକା ୨୪ତମ ସ୍ଥାନ ପାଇଛନ୍ତି। ଚଳିତ ମାସରେ ୟୋକାହାମରେ ଆୟୋଜିତ ଏସିଆ କପ୍‌‌ରେ ସାଥୀୟାଁ ଷ‌‌ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ବେଳେ ଗତ ସପ୍ତାହରେ ହଙ୍ଗେରିରେ ଆୟୋଜିତ ବିଶ୍ବ ଚାମ୍ପିଆନ୍‌ସିପ୍‌‌ରେ ସେ ଏକ ମାତ୍ର ଭାରତୀୟ ଭାବେ ରାଉଣ୍ଡ୍‌-୩୨ରେ ପ୍ରବେଶ କରିଥିଲେ। ଏହି ସଫଳତା ଯୋଗୁଁ ତାଙ୍କ ମାନ୍ୟତାରେ ଉନ୍ନତି ଘଟି ଶୀର୍ଷ ୨୫ରେ ପହଞ୍ଚିଥି‌ଲେ। ହେଲେ ହଙ୍ଗେରିରେ ରାଉଣ୍ଡ-୬୪ରୁ ବିଦାୟ ନେଇଥିବା ଶରତ କମଲ ଏବଂ ଭାରତର ଏକ ନମ୍ବର ମହିଳା ଖେଳାଳି ମନିକା ବାତ୍ରା ଯଥାକ୍ରମେ ୯ ଓ ୩ ସ୍ଥାନ ତଳକୁ ଖସି ୪୬ ଓ ୫୯ରେ ରହିଛନ୍ତି।

ସମ୍ବନ୍ଧିତ ଖବର