ଟିଟି ବିଶ୍ବ ପ୍ରତିଯୋଗିତା:ସାଥୀୟାଁ ଆଗେଇଲେ

ବୁଦାପେଷ୍ଟ (ହଙ୍ଗେରି): ଏଠାରେ ଚାଲିଥିବା ଆଇଟିଟିଏଫ୍ ବିଶ୍ବ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ ଜି ସାଥୀୟାଁ ତିଷ୍ଠି ରହିଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ବେଲ୍‌ଜିୟମ୍‌ର ରବିନ୍‌ ଡେଭୋସ୍‌ଙ୍କୁ ୪-୦ରେ ହରାଇ ଦେଇଥିବା ସାଥୀୟାଁ ଦ୍ବିତୀୟ ରାଉଣ୍ଡ୍‌ରେ ରୋମାନିଆର କ୍ରିଷ୍ଟିଆନ୍‌ ପ୍ଲେଟିଆଙ୍କୁ ୪-୧ (୧୧-୫, ୧୧-୯, ୬-୧୧, ୧୧-୭ ଓ ୧୧-୬)ରେ ପରାସ୍ତ କରିଦେଇଛନ୍ତି। ବିଶ୍ବ ମାନ୍ୟତାର ୨୮ ସାଥୀୟାଁ ପରର୍ବତୀ ରାଉଣ୍ଡ୍‌ରେ ବିଶ୍ବ ମାନ୍ୟତାର ସପ୍ତମ ବ୍ରାଜିଲ୍‌ର ହୁଗୋ କାଲ୍‌ଡେରାନୋଙ୍କୁ ଭେଟିବେ। ତେବେ ଅନ୍ୟତମ ଭାରତୀୟ ଶରତ କମଲ୍‌ ଦ୍ବିତୀୟ ରାଉଣ୍ଡ୍‌ରେ କ୍ରୋଏସିଆର ତୋମିସ୍ଲାଭ୍‌ ପୁକାରଙ୍କଠାରୁ ୧-୪ (୯-୧୧, ୧୦-୧୨, ୧୧-୮, ୪-୧୧ ଓ ୯-୧୧)ରେ ହାରି ବିଦାୟ ନେଇଥିଲା ବେଳେ ମାନବ ଥାକ୍କର ପ୍ରବଳ ଲଢ଼ିବା ସତ୍ତ୍ବେ ଅଷ୍ଟ୍ରିଆର ରବର୍ଟ ଗାର୍ଦୋସ୍‌ଙ୍କ ନିକଟରୁ ୩-୪ (୧୩-୧୧, ୬-୧୧, ୧୧-୮, ୧୧-୩, ୨-୧୧, ୧୦-୧୨ ଓ ୬-୧୧)ରେ ହାରି ଯାଇଛନ୍ତି। ସେହିପରି ମନିକା ବାତ୍ରା ଓ ସୁତୀର୍ଥ ମୁଖାର୍ଜୀ ମଧ୍ୟ ନିଜ ନିଜ ଦ୍ବିତୀୟ ରାଉଣ୍ଡ୍‌ ମୁକାବିଲା ହାରି ବିଶ୍ବ ପ୍ରତିଯୋଗିତା ଅଭିଯାନ ଶେଷ କରିଛନ୍ତି। ଏହା ପୂର୍ବରୁ ମନିକା-ଅର୍ଚନା କାମାତ୍‌ ଯୋଡ଼ି ମହିଳା ଯୁଗଳରେ ଏବଂ ସାଥୀୟାଁ-ଅର୍ଚନା ଯୋଡ଼ି ମିଶ୍ରିତ ଯୁଗଳରେ ପରାଜୟ ସହ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର