ପ୍ୟାରିସ : ପ୍ୟାରିସ ଅଲିମ୍ପିକ୍ସରୁ ଗୁରୁବାର ଭାରତ ପାଇଁ ଖୁସି ଖବର ଆସିଛି । ଭାରତର ସୁଟର ସ୍ୱପ୍ନିଲ କୁସାଲେ ୫୦ ମିଟର ଏୟାର ରାଇଫଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି। କିନ୍ତୁ ସୁଟିଂ ଇଭେଣ୍ଟର ଆଉ ଜଣେ ପ୍ରତିଯୋଗୀଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ସେ ହେଉଛନ୍ତି ତୁର୍କୀର ସୁଟର ୟୁସୁଫ ଡିକେକ୍ । ଏହି ୫୧ ବର୍ଷୀୟ ଶୁଟର ବଲିଉଡ୍ ହିରୋ ଭଳି ଆସିଥିଲେ। ତା ସେ କୌଣସି ସୁରକ୍ଷା ଉପକରଣ ପିନ୍ଧିଥିଲେ, ନା ଆଖିରେ ଲେନ୍ସ ପିନ୍ଧିଥିଲେ । ସେ ଗୋଟିଏ ହାତ ନିଜ ପକେଟରେ ପୁରାଇଥିଲେ ଓ ଅନ୍ୟ ହାତର ନିଜର ପିସ୍ତଲ ଧରି ଟାର୍ଗେଟକୁ ଲକ୍ଷ୍ୟ କଲେ ଓ ସୁଟ କରି ରୌପ୍ୟ ପଦକ ଜିତିଗଲେ । ଏହି ସମୟରେ ଆଖିରେ କେବଳ ସେ ନିଜର ନିୟମିତ ଚଷମା ପିନ୍ଧିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୁଟିଂ ଇଭେଣ୍ଟରେ ସାଧାରଣତଃ ଯେତେବେଳେ ଜଣେ ଖେଳାଳି ଫ୍ଲୋରରେ ଓହ୍ଲାଇଥାନ୍ତି, ସେତେବେଳେ ସେ ଆଖି ଓ କାନରେ ସୁରକ୍ଷା ଉପକରଣ ପିନ୍ଧିଥାନ୍ତି। ଏହି ଆକ୍ସେସରିଜ୍ ତାଙ୍କୁ ପ୍ରତିଯୋଗିତା ସମୟରେ ସଠିକ ଭାବରେ ଲକ୍ଷ୍ୟ ରଖିବାରେ ସାହାଯ୍ୟ କରେ | କିନ୍ତୁ ତୁର୍କୀର ଏହି ଅଭିଜ୍ଞ ସୁଟର ପ୍ୟାରିସ୍ ଅଲିମ୍ପିକ୍ସରେ ଏକ ଭିନ୍ନ ସଫଳତା ଦେଖାଇଥିଲେ। ୟୁସୁଫ ଡାଇକେକ୍ ବିନା କୌଣସି ଆକ୍ସେସରିଜ୍ ରେ ଫ୍ଲୋରକୁ ଯାଇ ମିକ୍ସଡ୍ ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ।