ତୁର୍କୀ ପାରା ବ୍ୟାଡ୍‌ମିଣ୍ଟନ୍‌: ପ୍ରମୋଦଙ୍କୁ ସ୍ବର୍ଣ୍ଣ-କାଂସ୍ୟ

ଭୁବନେଶ୍ବର: ତୁର୍କୀର ଆଣ୍ଟାଲିଆ ସହରରେ ଶନିବାର ଶେଷ ହୋଇଥିବା ପଞ୍ଚମ ତୁର୍କୀ ପାରା ବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ଇନିସ୍ କପ୍‌ରେ ଓଡ଼ିଶା ତାରକା ପ୍ରମୋଦ ଭଗତ ଦୁଇଟି ପଦକ ଜିତିଛନ୍ତି। ଏକକ ଫାଇନାଲରେ ପ୍ରମୋଦ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଡାଇସୁକି ଫୁଜିହାରାଙ୍କୁ ୨୧-୧୯. ୨୧-୧୭ରେ ହରାଇ ସ୍ବର୍ଣ୍ଣ ପଦକ ଜିତିବା ପରେ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ମନୋଜ ସରକାରଙ୍କୁ ସାଥୀ କରି ଖେଳିଥିବା ପ୍ରମୋଦ ଯୁଗଳ ବର୍ଗ ସେମିଫାଇନାଲରେ ଇଣ୍ଡୋନେସିଆର ଫେଡ୍ରି ସତ୍ୟବାନ ଓ ଡୁୟୋକଙ୍କଠାରୁ ୧୨-୨୧, ୨୧-୧୧, ୧୨-୨୧ରେ ହାରିଯାଇଥିଲେ। ବିଭିନ୍ନ ଦେଶରୁ ୨୯୧ ଜଣ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୪ ଜଣ ସାମିଲ ଥିଲେ ମଧ୍ୟ ଏକମାତ୍ର ପ୍ରମୋଦଙ୍କୁ ଯୁଗଳ ପଦକ ମିଳିଛି।

ସମ୍ବନ୍ଧିତ ଖବର