ଦୁବାଇ: ଭାରତର ତାରକା ବ୍ୟାଟର୍ ସୂର୍ଯ୍ୟକୁମାର ୟାଦବ ସଦ୍ୟପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ତେବେ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଜିମ୍ବାୱେ ଗସ୍ତରେ ୧୪୧ ରନ୍ କରିଥିବା ଜୟସ୍ବାଲଙ୍କ ୪ଟି ସ୍ଥାନ ଲାଭ ହୋଇଛି। ଋତୁରାଜ ଗାଏକ୍ବାଡ ଗୋଟିଏ ସ୍ଥାନ ଖସି ଅଷ୍ଟମରେ ରହିଛନ୍ତି। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ନେଇଥିବା ଶୁବମନ ଗିଲ୍ (୧୭୦ ରନ୍) ୩୬ ସ୍ଥାନ ଉଠି ୩୭ରେ ପହଞ୍ଚିଛନ୍ତି। ତେବେ ବୋଲିଂ ଶୀର୍ଷ ୧୦ କୌଣସି ଭାରତୀୟ ନାହାନ୍ତି। ଜିମ୍ବାୱେ ଗସ୍ତରେ ବିଶ୍ରାମ ନେଇଥିବା ଅକ୍ଷର ପଟେଲ ୧୩କୁ ଖସିଛନ୍ତି। ମୁକେଶ କୁମାର ୪୬ ଓ ୱାସିଂଟନ ସୁନ୍ଦର ୭୩କୁ ଉଠିଛନ୍ତି। ଅଲ୍ରାଉଣ୍ଡର୍ରେ ହାର୍ଦିକ ପାଣ୍ଡ୍ୟା ୪ଟି ସ୍ଥାନ ଖସି ଷଷ୍ଠ ଏବଂ ଅକ୍ଷର ଗୋଟିଏ ସ୍ଥାନ ଖସି ୧୩ରେ ଅଛନ୍ତି। ୱାସିଂଟନ ୪୧ ଓ ଶିବମ ଦୁବେ ୪୩ରେ ଅଛନ୍ତି।
ଟ୍ବେଣ୍ଟି-୨୦ ମାନ୍ୟତା: ସୂର୍ଯ୍ୟ ସ୍ଥିର, ଜୟସ୍ବାଲ ଉଠିଲେ
/sambad/media/post_attachments/wp-content/uploads/2024/07/dgjdgjgddg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)