ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଇପିଏଲ୍ ଦ୍ବାଦଶ ସଂସ୍କରଣ ସମୟରେ ମ୍ୟାଚ୍ ଉପରେ ଟ୍ବିଟ୍ କରିବା ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା। ଗତ ସଂସ୍କରଣଠୁ ଚଳିତ ବର୍ଷ ଆଇପିଏଲ୍ ସଂପର୍କିତ ଟ୍ବିଟ୍ରେ ୪୪ ପ୍ରତିଶତ ବୃଦ୍ଧି ହୋଇଥିଲା। ଯାହାକି ଗୋଟିଏ ଋତୁରେ ସର୍ବାଧିକ ଟ୍ବିଟ୍ ହେବାର କୀର୍ତିମାନ। ସେହିପରି ଆଇପିଏଲ୍ ଖେଳାଳିଙ୍କ ମଧ୍ୟରେ ଟ୍ବିଟର୍ ଚାଟିଂରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମସ୍ତଙ୍କଠୁ ଆଗରେ ରହିଥିଲେ। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ସମେତ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ହରଭଜନ ସିଂହ, ଆନ୍ଦ୍ରେ ରସେଲ, ହାର୍ଦିକ ପାଣ୍ଡ୍ୟା, କ୍ରିସ୍ ଗେଲ୍, ରବୀନ୍ଦ୍ର ଜାଦେଜା, ଋଷବ ପନ୍ତ୍ ଓ ଡେଭିଡ୍ ୱାର୍ନରଙ୍କୁ ପଛରେ ପକାଇ ଦେଇଥିଲେ। ସିଏସ୍କେ ମଧ୍ୟ ଦଳଗତ ଭାବେ ମୁମ୍ବାଇ ଇଣ୍ଡିଆନ୍ସ, କୋଲ୍କାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବଠୁ ଆଗରେ ରହିଥିଲା। ପ୍ରଥମ କ୍ବାଲିଫାୟର ପରେ ଧୋନିଙ୍କୁ ହାର୍ଦିକ ପାଣ୍ଡ୍ୟା କରିଥିବା ଟ୍ବିଟ୍କୁ ଆଇପିଏଲ୍ ୨୦୧୯ର ‘ଗୋଲ୍ଡେନ୍ ଟ୍ବିଟ୍’ ଆଖ୍ୟା ମିଳିଥିଲା। ଏହି ଦୁଇ ଜଣଙ୍କ ଟ୍ବିଟ୍ ଉପରେ ୧୬,୦୦୦ରୁ ଅଧିକ ରିଟ୍ବିଟ୍ ମିଳିଥିଲା। ଅପ୍ରତ୍ୟାଶିତ ଭାବେ ମେ ୧୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ବିଟର୍ ବାର୍ତାଳାପରେ ସିଏସ୍କେ ଉପରେ ୬୩ ପ୍ରତିଶତ ଚାପ ପକାଇଥିଲା। ତେବେ ସର୍ବାଧିକ ଟ୍ବିଟ୍ ମୁମ୍ବାଇ-ଚେନ୍ନାଇ ଫାଇନାଲ୍ରେ ଦେଖିବାକୁ ମିଳିଥିଲା। ଏହା ପଛକୁ ବାଙ୍ଗାଲୋର-ଚେନ୍ନାଇର ଏପ୍ରିଲ୍ ୨୧ ମ୍ୟାଚ୍ ଏବଂ ଚେନ୍ନାଇ-ଦିଲ୍ଲୀ ମଧ୍ୟରେ ମେ ୧୦ ତାରିଖରେ ଖେଳାଯାଇଥିବା ଏଲିମିନେଟର ରହିଥିଲା। ପ୍ରଥମ ୩ ସ୍ଥାନରେ ଥିବା ଏହି ସବୁ ମ୍ୟାଚ୍ରେ ଚେନ୍ନାଇ ସମ୍ପୃକ୍ତ ରହିଥିଲା ବେଳେ ସବୁଠୁ ଅଧିକ ଟ୍ବିଟର ପ୍ରଶଂସକ ଏହି ଦଳର ଥିଲେ।
ଟ୍ବିଟର୍ରେ କୋହଲିଙ୍କୁ କାଟିଲେ ଧୋନି
/sambad/media/post_attachments/wp-content/uploads/2019/05/9-dhoni-and-kohli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)