ଧୋନୀଙ୍କ ଟ୍ୱିଟର ଆକାଉଣ୍ଟରୁ ‘ବ୍ଲୁ ଟିକ୍’କୁ ଉଠାଇ ନେଇଛି ଟ୍ୱିଟର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଆଜି ‘ବ୍ଲୁ ଟିକ୍’କୁ ଉଠାଇ ନେଇଛି ଟ୍ୱିଟର । ତେବେ ଏହା ପଛର କାରଣ କ’ଣ ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଜଣାପଡି ନାହିଁ।

ଟ୍ୱିଟରରେ ଧୋନୀଙ୍କର ୮ ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି । ହେଲେ ଧୋନୀ ଅନ୍ୟ ୟୁଜର୍ସଙ୍କ ଭଳି ଟ୍ୱିଟରରେ ସେତେଟା ସକ୍ରିୟ ରୁହନ୍ତି ନାହିଁ । ଗତ ଜାନୁଆରି ୮ ତାରିଖରେ ସେ ଶେଷଥର ପାଇଁ ଟ୍ୱିଟର କରିଥିଲେ । ତେଣୁ ଏହାକୁ ଆଖି ଆଗରେ ରଖି ଟ୍ୱିଟର ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ଉଠାଇ ନେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଟ୍ୱିଟର ଭେରିଫିକେସନ ପଲିସି ମୁତାବକ ଯଦି କୌଣସି ବ୍ୟକ୍ତି ନିଜର ଆକାଉଣ୍ଟ ବଦଳାନ୍ତି ତେବେ ବ୍ଲୁ-ଟିକ୍ ହଟାଇଦିଆଯାଏ । ସେହିପରି ୬ ମାସ ଧରି ଲଗାତାର ଜଣକ ଆକାଉଣ୍ଟ ନିଷ୍କ୍ରିୟ ରହିଲେ ମଧ୍ୟ ଟ୍ୱିଟର ସେହି ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦେଇଥାଏ । ତେଣୁ ଏହି କାରଣରୁ ଧୋନୀଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦିଆଯାଇଥିବା ଅନୁମାନ କରାଯାଉଛି ।

ଧୋନୀ ଅନ୍ୟ କ୍ରିକେଟରଙ୍କ ଭଳି ଟ୍ୱିଟରରେ ସେତେଟା ସକ୍ରିୟ ନଥାନ୍ତି । ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ସେ ଲଗାତାର ପୋଷ୍ଟ ସେଆର୍ କରିଥାନ୍ତି । ନିକଟରେ ଧୋନୀଙ୍କ ନୂଆ ହେୟାରଷ୍ଟାଇଲ ଫଟୋ ମଧ୍ୟ ଚର୍ଚ୍ଚାରେ ଥିଲା । ତା ସହିତ ଧୋନୀ ତାଙ୍କ ଝିଅ ଓ କାମ କରୁଥିବା ବେଳର ଅନେକ ଫଟୋକୁ ନିଜର ଆକାଉଣ୍ଟରେ ସେଆର୍ କରିଥାନ୍ତି । ଯାହାକୁ ଲୋକମାନେ ସୋସିଆଲ୍ ମିଡିଆରେ ବେଶ ପସନ୍ଦ କରିଛନ୍ତି ।

ସମ୍ବନ୍ଧିତ ଖବର