ନୂଆଦିଲ୍ଳୀ: ଆପଣ ସୋସିଆଲ୍ ମିଡିଆରେ କେତେ ସକ୍ରିୟ। ବିଶେଷ କରି ଯଦି ଆପଣ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଥିବେ ତ ଧୋନିଙ୍କର ଏକ ଫଟୋକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ପୋଷ୍ଟ୍ କରୁଥିବା ଦେଖିବାକୁ ପାଇଥିବେ। ଭାରତୀୟ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନିଙ୍କର ଭାଇରାଲ୍ ହୋଇଥିବା ଫଟୋରେ ପତ୍ନୀ ସାକ୍ଷୀ ଧୋନି ଓ ଝିଅ ଜିଭାଙ୍କୁ ବି ଦେଖିବାକୁ ମିଳିଛି।
Can someone please remove the people in the background?? pic.twitter.com/htPnYQOnIF
— DIPTI MSDIAN (@Diptiranjan_7) May 30, 2023
ଫଟୋଟିକୁ ଟ୍ବିଟର୍ରେ ସେୟାର କରିଥିଲେ ସାକ୍ଷୀ ଧୋନି। ଫଟୋରେ ଧୋନି, ସାକ୍ଷୀ ଓ ଜିଭାଙ୍କ ବ୍ୟତୀତ ପଛରେ ବି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଯିଏକି ‘ପର୍ଫେକ୍ଟ ଫ୍ୟାମିଲି ଫଟୋଗ୍ରାଫ୍’ରେ ବାଧା ଉପୁଜାଇଥିଲେ। ଫଟୋଟିକୁ ଦେଖି ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଥିଲେ କି ‘ଦୟାକରି କେହି ପଛରେ ଥିବା ସେହି ବ୍ୟକ୍ତିଙ୍କୁ ହଟାଇ ପାରିବେ କି?’
Here you go pic.twitter.com/5gImcqTiym
— Chirag (Charles) Patel (@ChiraginHFCC) May 31, 2023
ତାପରେ ସୋସିଆଲ୍ ମିଡିଆରେ ସମସ୍ତେ ନିଜ ନିଜର ସୃଜନଶୀଳତାକୁ ପ୍ରଦର୍ଶନ କରିବାକୁ ଲାଗିଲେ। କେହି ଧୋନିଙ୍କ ଫଟୋରୁ ସେହି ବ୍ୟକ୍ତିଙ୍କୁ ଉଡ଼ାଇ ଦେଲେ ତ ପୁଣି କେହି ଧୋନି, ସାକ୍ଷୀ ଓ ଜିଭାଙ୍କ ଫଟୋକୁ ଅନ୍ୟ ବ୍ୟାକ୍ଗ୍ରାଉଣ୍ଡ୍ରେ ପକାଇଦେଲେ। ସମସ୍ତେ ନିଜର କଳା ପ୍ରଦର୍ଶନ କରି ହୋଇଗଲା ବୋଲି ଟ୍ବିଟର୍ରେ ଲେଖିଥିବା ଦେଖିବାକୁ ମିଳିଛି।
— Apna Kaam Kar (@ApnaKaamKar3) May 30, 2023
ଆପଣ ଜାଣନ୍ତି ଯେ ନିକଟରେ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ରେ ବିଜୟୀ ହୋଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ସ। ଧୋନି ବିଜୟୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଦେବାକୁ ପଡ଼ିଆରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା। ଫଟୋଟି ସେହି ସମୟର।