ଭୁବନେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ଦଳରୁ ଖେଳିବାକୁ ଆସିଛନ୍ତି ହେୱାର୍ଡ ଭ୍ରାତା। ଅଷ୍ଟ୍ରେଲିଆର ଷ୍ଟ୍ରାଇକର ଅଲମ୍ପିଆନ୍‌ ଜେରେମି ହେୱାର୍ଡ ଓ ନ୍ୟୁଜିଲାଣ୍ଡର ଗୋଲ୍‌ରକ୍ଷକ ଲିଓନ ହେୱାର୍ଡ ଏବେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବକପ୍‌ରେ‌ ଖେଳିବାକୁ ଆସିଛନ୍ତି। ଏହି ଦୁଇ ଭାଇଙ୍କୁ ସମର୍ଥନ କରିବା ପାଇଁ ବାପା ବ୍ରାଡ୍ ହେୱାର୍ଡ ଓ ମା’ ଏଲି ହେୱାର୍ଡ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଛନ୍ତି। ଉୟଭ ଖେଳାଳି ଅଷ୍ଟ୍ରେଲିଆର ପ୍ରାଥମିକ ‌ଖେଳାଳି ହୋଇଥିଲେ ବି ଯେହେତୁ ମା’ ଏଲିଙ୍କ ଘର ନ୍ୟୁଜିଲାଣ୍ଡରେ, ତେଣୁ ଲିଓନ୍‌ଙ୍କୁ ୨୦୧୯ରୁ ନ୍ୟୁଜିଲାଣ୍ଡ ତରଫରୁ ଖେଳିବାକୁ ସୁଯୋଗ ମିଳିଥିଲା।

Advertisment

ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍‌ରେ ଜେରେମି ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ଦଳକୁ ଜିତାଇଥିବାରୁ ତାଙ୍କ ବାପା-ମା’ ବହୁତ ଖୁସିବ୍ୟକ୍ତ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡର ମ୍ୟାଚ୍‌ ରାଉରକେଲାରେ ହେଉଥିବାରୁ ସାନ ପୁଅର ଖେଳ ଦେଖିବାକୁ ଯାଇପାରିନାହାନ୍ତି। କିନ୍ତୁ ୧୯ ତାରିଖରେ କଳିଙ୍ଗରେ ମ୍ୟାଚ୍‌ ଥିବାରୁ ତାହାକୁ ସେମାନେ ଅପେକ୍ଷା କରିଛନ୍ତି। ଦୁଇ ଭାଇ ପରସ୍ପର ବିପକ୍ଷରେ ଖେଳିଲେ ତାହା ସେମାନଙ୍କୁ ବେଶି ଖୁସି ଲାଗିବ ବୋଲି ଉଭୟ ବ୍ରାଡ୍‌ ଓ ଏଲି ମଜାଳିଆ ଢଙ୍ଗରେ କହିଛନ୍ତି।