ଦୁଇ ପୂର୍ବତନ ଫୁଟ୍‌ବଲ ଖେଳାଳିଙ୍କ ପରଲୋକ

କଟକ: ଓଡ଼ିଶା ପାଇଁ ଫୁଟ୍‌ବଲ ଖେଳିଥିବା ଦୁଇ ପୂର୍ବତନ ଖେଳାଳିଙ୍କର ପରଲୋକ ଘଟିଛି। କଟକ ଚୁନଭାଟି ଗଳିଠାରେ ରହୁଥିବା ଶିବାଜୀ ବୋଷ ବୁଧବାର ମଧ୍ୟାହ୍ନ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫିରେ ସେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିଲା ବେଳେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟରେ ଚାକିରି କରୁଥିଲେ। ଶେଷ ସମୟରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜାମସେଦପୁରଠାରେ ରହୁଥିବା ୪୦ ବର୍ଷିୟ ନିର୍ମଳ ସାହୁଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଗତ କିଛି ଦିନ ଧରି ଅସୁସ୍ଥତା ଯୋଗୁଁ ସେ ଚିକିତ୍ସିତ ହେଉଥିଲା ବେଳେ ବୁଧବାର ସକାଳ ୯ଟାରେ ଆଖି ବୁଜିଥିଲେ। ସେ ଦକ୍ଷିଣ ପୂର୍ବ ରେଳବାଇରେ କାର୍ଯ୍ୟରତ ଥିବାରୁ ଜାମସେଦପୁରଠାରେ ରହିଆସୁଥିଲେ। ସେ ମଧ୍ୟ ସନ୍ତୋଷ ଟ୍ରଫିରେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲା ବେଳେ ବିଭିନ୍ନ କ୍ଲବ୍‌ ତରଫରୁ ଅନେକ ପ୍ରତିଯୋଗିତା ଖେଳିଛନ୍ତି। ଉଭୟ ଖେଳାଳିଙ୍କ ପରଲୋକ ପାଇଁ ରାଜ୍ୟ ଫୁଟ୍‌ବଲ ସ˚ଘ ଫାଓ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର