ଟିମ୍ ଇଣ୍ଡିଆର ୨ ଜଣ ଖେଳାଳି କରୋନା ପଜିଟିଭ୍, ଜଣେ ସୁସ୍ଥ ଓ ଅନ୍ୟ ଜଣଙ୍କ ଅବସ୍ଥା ସ୍ଥିର

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପରେ ଟିମ୍ ଇଣ୍ଡିଆର ଖେଳାଳି କିଛି ଦିନ ପାଇଁ ବ୍ରେକ ନେଇଥିଲେ । ତେବେ ଏହି ସମୟ ମଧ୍ୟରେ ଦୁଇଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତିର କଥା ଯେ, ଦୁଇ ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଖୁବଶୀଘ୍ର ଆଉଥରେ ଟେଷ୍ଟ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ଦୁଇ ଖେଳାଳିଙ୍କୁ ଥଣ୍ଡା ହେବା ସହ କାଶ ଭଳି ସାମାନ୍ୟତମ ଲକ୍ଷଣ ଦେଖାଯାଇଥିଲା । ତୁରନ୍ତ ଉଭୟ ଖେଳାଳିଙ୍କର ଟେଷ୍ଟ କରାଯାଇଥିଲା ଏବଂ ଉଭୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ଏପରିକି ଜଣେ ଖେଳାଳି ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟ ଖେଳାଳିଙ୍କର ଜୁଲାଇ ୧୮ରେ ଆଉ ଥରେ ଟେଷ୍ଟ କରାଯିବ  । ତେବେ ଏହି ଖେଳାଳି ଜଣକ ପ୍ରାୟ ସପ୍ତାହେ ହେବ ସଙ୍ଗରୋଧରେ ରହିଛନ୍ତି ।

 

ବ୍ରେକରୁ ଫେରିବା ପରେ ସମସ୍ତ ଭାରତୀୟ ଖେଳାଳି ଏକାଠି ହୋଇଛନ୍ତି । ଏବେ ପୂରା ଟିମ୍ ଡରହମ ଯିବ । ତେବେ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଥିବା ଖେଳାଳିଙ୍କୁ ଟିମରେ ସାମିଲ କରାଯିବ ନାହିଁ । ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ସମସ୍ତ ଖେଳାଳିଙ୍କର ପୁଣିଥରେ କରୋନା ଟେଷ୍ଟ କରାଯିବ । ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ଖେଳାଳିଙ୍କୁ ବାରଣ କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ୨୦ ଜୁଲାଇରେ କାଉଣ୍ଟିଂ ମ୍ୟାଚ୍ ଖେଳିବ ।

ସମ୍ବନ୍ଧିତ ଖବର